ସ୍ମାର୍ଟ ହେଲମେଟ ତିଆରି କଲେ ସୁନ୍ଦରଗଡ଼ ଯୁବକ : ମଦ ପିଇଥିଲେ କିମ୍ବା ହେଲମେଟ ପିନ୍ଧି ନଥିଲେ ଷ୍ଟାର୍ଟ ହେବନି ଗାଡ଼ି

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ)- ସୁନ୍ଦରଗଡ ଜିଲ୍ଲା ଦର୍ଲିପାଲି ପଞ୍ଚାୟତର ସାହାଜବାହଲ ଗ୍ରାମର ସଞ୍ଜୟ ନାଏକ। ସେ ବର୍ତ୍ତମାନ ଛତିଶଗଡ କାଙ୍କେର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଆଜିକା ଦିନରେ ଅହେତୁକ ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଦୀର୍ଘ ୩ ବର୍ଷ ଗବେଷଣା କଲାପରେ ସେ ତିଆରି କରିଛନ୍ତି ଏହି ସ୍ମାର୍ଟ ହେଲମେଟ୍ ।ଏହି ସ୍ମାର୍ଟ ହେଲମେଟର ବିଶେଷତ୍ୱ–
(୧) ଏଥିରେ ଜିପିଏସ, ଆଲକହଲ ସେନସର,ସହ ଅନେକ ଯନ୍ତ୍ରାଶଂ ର ବ୍ୟବହାର କରାଯାଇଛି ।
(୨) ହେଲମେଟ୍ ନପିନ୍ଧିଲେ ଗାଡି ଷ୍ଟାର୍ଟ ହେବ ନାହିଁ । ଗାଡି ଷ୍ଟାର୍ଟ କରି ହେଲମେଟ୍ କାଢ଼ିଦେଲେ ଗାଡି ଆପେ ବନ୍ଦ ହୋଇଯିବ ।
(3) ସେହିଭଳି ଏହି ହେଲମେଟକୁ ଆପଣ ପିନ୍ଧିବା କ୍ଷଣି ଯଦି ମଦର ବାସ୍ନା ଆସେ ତାହା ହେଲେ ଏଥିରେ ଲାଗିଥିବା ଆଲକହଲ ସେନସର ମାଧ୍ୟମରେ ଧରପଡିଯିବ ଓ ଗାଡି ଷ୍ଟାର୍ଟ ହେବ ନାହିଁ ।
(୪) ଏହି ହେଲମେଟ୍ ଜିପିଏସରେ ସବୁ ସମୟରେ ଆପଣଙ୍କର ଘର ଲୋକ ତଥା ବନ୍ଧୁ, ପୋଲିସ ସହ ୧୬ଟି ନମ୍ବର ଆପଣଙ୍କ ମୋବଇଲ ମାଧ୍ୟମରେ ଫିଡ୍ ହୋଇ ରହିଥାଏ ।
(୫) ଯଦି ଆପଣ ଗଡି ଚଳାଇ ଯାଉଥିବା ସମୟ ରେ କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତାହେଲେ ଜିପିଏସରେ ସେଭ୍ ଥିବା ୧୬ ଟି ନମ୍ବରକୁ ତୁରନ୍ତ ଖବର ଯାଇଥାଏ ।
(୬) ସେହିଭଳି ଯଦି ଆପଣଙ୍କ ବାଇକ୍ ଆପଣ କାହାକୁ ଦେଇଛନ୍ତି ତାହା ହେଲେ ସେ ବାଇକ କେଉଁ ସ୍ଥାନରେ ଅଛି ତୁରନ୍ତ ଜଣାପଡିଯିବ ।
(୭) ଆଉ ସବୁଠୁ ବଡକଥା ହେଲା ଚୋର ଏହି ବାଇକକୁ ଚୋରି କରି ପାରିବ ନାହିଁ । କାରଣ ବାଇକ୍ ଚୋରି କରିବାକୁ ହେଲେ ଚୋରକୁ ପ୍ରଥମେ ହେଲମେଟ୍ ଚୋରି କରିବାକୁ ପଡିବ ତାପରେ ଯାଇ ବାଇକ ଷ୍ଟାର୍ଟ ହେବ |