ଝାରସୁଗୁଡ଼ା ଜିଲ୍ଲାରେ ନୁଆଁ ଜିଲ୍ଲାପାଳ ବିଭୁତି ଭୂଷଣ ଦାସଙ୍କ ଯୋଗଦାନ !

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)  
ଝାରସୁଗୁଡ଼ା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ବିଭୁତି ଭୂଷଣ ଦାସ ଆଜି ଯୋଗଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ସେ ବିଦାୟୀ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାଏକଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତ୍ତମାନର ଜିଲ୍ଲାପାଳ ପୂର୍ବରୁ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ । ପୂର୍ବରୁ ଥିବା ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକ ଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବରେ ବଦଳି କରିଛନ୍ତି ରାଜ୍ୟ ସରକାର ।