ଝାରସୁଗୁଡା:୩୦ତମ ସଡକ ସୁରକ୍ଷା ସପ୍ତାହ

ଝାରସୁଗୁଡା : ଗାନ୍ଧିରାମ ବେହେରା/ଅନିନ୍ଦ୍ୟରାଜ ଖାଡାଙ୍ଗା(ହଲଚଲ ନ୍ୟୁଜ)- 
ଝାରସୁଗୁଡ଼ା ଜିଲ୍ଲା :ଚଳିତ ଫେବୃଆରୀ ୦୪ ତାରିଖରୁ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ବ୍ୟାପକ ଓ ବିସ୍ତୃତ ଭାବରେ ସଭା ସମିତି ଓ ଶୋଭାଯାତ୍ର କରି ଜନ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ପରିପ୍ରେଷୀରେ ଝାରସୁଗୁଡ଼ାର ଟାଉନ ଥାନାର ଆଇ.ଆଇ.ସି ସାବିତ୍ରୀ ବଳ ଙ୍କ ନେତୃତ୍ୱରେ ଏକ ଅଭିନବ ଉପାୟରେ ସଚେତନତା କରାଯାଇଛି । ହେଲମେଟ ଏବଂ ସିଟ ବେଲ୍ଟ ପିନ୍ଧିଥିଲେ ଗୋଲାପ ଫୁଲ ଦେଇ ସଚେତନ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଟାଉନ ଥାନାର ସମସ୍ତ ଅଧିକାରୀ ଏବଂ ଆମ ପୋଲିସ ସମିତିର ସଭ୍ୟ ମାନେ ସହଯୋଗ କରିଥିଲେ । ମଦ ପିଇ ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ବାଇକ ଚଳାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରିବା ସହ ସଚେତନତାର ବିଭିନ୍ନ ପ୍ଲାକାର୍ଡ, ବ୍ୟାନର ଆଦି ଦେଖାଇ ଜନ ସାଧାରଣ ମାନଙ୍କୁ ସଚେତନତା କରିଥିଲେ ।