ଗନ୍ଦିଆ ବ୍ଲକ୍:ଲାଉଲଇ ତାଲପଦା ରାସ୍ତା ମରଣଯନ୍ତା !

ଢେଙ୍କାନାଳ,(ଶୁଭମ୍ ପାଣି-ହଲଚଲ୍ ନ୍ୟୁଜ୍)-ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ବ୍ଲକ୍ଲା ଲାଉଲଇ ତାଲପଦା (ଓରନ୍ଦା) ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ଗତ ଅଗଷ୍ଟ ମାସରେ ନିର୍ମାଣ କାର୍ଯ୍ୟ ଶେଷହୋଇଥିବା ବେଳେ ମାସେ ନ ଯାଉଣୁ ରାସ୍ତା ଉପରୁ ପିଚୁ ଉଠିବା ସହ ଖାଲଖମା ସୃଷ୍ଟି ହୋଇଛି। ଫଳରେ ପ୍ରାୟ ୨ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରଧାନମନ୍ତ୍ରୀ ସଡ଼କ ଏବେ ମରଣଯନ୍ତାରେ ପରିଣତ ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ ହୋଇଛି।