ଲକ୍ଷ୍ନୌରେ ରାହୁଲ-ପ୍ରିୟଙ୍କାଙ୍କ ରୋଡ୍-ସୋ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଆରମ୍ଭ କରିଛନ୍ତି ଦୀର୍ଘ ୧୨ କିଲୋମିଟରର ରୋଡ୍‌ ଶୋ। ଗତ ୩୦ ବର୍ଷ ଧରି ରାଜ୍ୟରେ କଂଗ୍ରେସ ଶାସନଠାରୁ ଦୂରରେ ରହିଥିବାବେଳେ ପ୍ରିୟଙ୍କାଙ୍କ ମାଧ୍ୟମରେ ଭୋଟରଙ୍କୁ ହାତେଇବାର ଲକ୍ଷ୍ୟ ରଖିଛି। ଉତ୍ତରପ୍ରଦେଶ ଜୟ କଲେ କଂଗ୍ରେସ ପାଇଁ ଶାସନ ଡୋର ଧରିବା ସହଜ ହେବ ବୋଲି କୁହାଯାଉଛି। ତେଣୁ ଶେଷ ପର୍ଯ୍ୟାୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କ ମାଧ୍ୟମରେ ମାଷ୍ଟର ଷ୍ଟ୍ରୋକ୍‌ ମାରିବାର ଯୋଜନା ପ୍ରସ୍ତୁତ କରିଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି। ରାହୁଲ ଉତ୍ତରପ୍ରଦେଶ ଜୟ ପାଇଁ ପ୍ରସ୍ତୁତ କରିଛନ୍ତି ୟଙ୍ଗ୍‌ ବିଗ୍ରେଡ୍‌। ସେଥିରେ ପ୍ରିୟଙ୍କାଙ୍କ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରହିଛନ୍ତି।ତେବେ ପ୍ରିୟଙ୍କାଙ୍କୁ ବିପୁଳ ପରିମାଣରେ ଜନତା ସ୍ବାଗତ କରିଥିବାର ଦେଖିବାକୁ ମିଳିଛି।