ମାଲକାନଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:୪ ମୃତ

ମାଲକାନଗିରି:ମାଥିଲି ଥାନା ଅନ୍ତର୍ଗତ ସଲପ ପଦର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ପିକ୍ ଅପ୍ ଭ୍ୟାନରେ ପ୍ରାୟ ୧୫ ଜଣ ଯାତ୍ରୀ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।ମୃତକଙ୍କ ମଧ୍ୟରେ ୨ମହିଳା ଓ ୨ ପୁରୁଷ ଥିବାର ଜଣାପଡିଛି।ମୃତକମାନେ ପାଙ୍ଗାମ ଅଞ୍ଚଳର ବୋଲି ଜଣାପଡ଼ିଛି। ତଦନ୍ତ ଜାରୀ ରହିଛି।