ଅମର ଶହୀଦ ହେମନ୍ତ ପଣ୍ଡାଙ୍କ ସ୍ମୃତିରେ ରୁଦ୍ରନାରାୟଣ ସେନା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା !

ଭୁବନେଶ୍ୱର : (ହଲଚଲ ନ୍ୟୁଜ)- ଜାନୁଆରୀ ୨୬ ତାରିଖରେ ସାରାଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଓଡ଼ିଶାର ବରପୁତ୍ର ଅମର ଯବାନ ହେମନ୍ତ କୁମାର ପଣ୍ଡା ଶହୀଦ ହୋଇଯାଇଥିଲେ । ଏଥିରେ ସମଗ୍ର ରାଜ୍ୟରେ ଏକ ଶୋକର ଛାୟା ଖେଳି ଯାଇଥିଲା । ଗତକାଲି ସନ୍ଧ୍ୟାରେ ସେହି ବୀର ସିପାହୀ ଏବଂ ଓଡ଼ିଶା ମାଟିର ଗୌରବ ଅମର ଶହୀଦ ହେମନ୍ତ କୁମାର ପଣ୍ଡାଙ୍କ ସ୍ମୃତିରେ ରୁଦ୍ରନାରାୟଣ ସେନା ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରାଯାଇଥିଲା । ଭାରତ ମାଟିରେ ଆତଙ୍କ ସୃଷ୍ଟି କରୁଥିବା ପାକିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ କରିଲେ ହିଁ ଭାରତ ବର୍ଷରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ ବୋଲି ସେନାମୁଖ୍ୟ ସୀତାରାମ ଶତପଥୀ ମତବ୍ୟକ୍ତ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଗାୟତ୍ରୀ ମନ୍ତ୍ର ଜପ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା । ରୁଦ୍ରନାରାୟଣ ସେନା ସାଧାରଣ ସମ୍ପାଦକ ଦୀନବନ୍ଧୁ ଷଡ଼ଙ୍ଗୀ ଭାରତରେ ବ୍ୟାପ୍ତ ଆତଙ୍କବାଦ ଓ ଆଭ୍ୟନ୍ତରୀଣ ସମସ୍ୟା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରୟାସ ହେବା ଆବଶ୍ୟକ ବୋଲି କହିଥିଲେ । ଦେଶ ପାଇଁ ପ୍ରତ୍ୟେକ ଯୁବକ ଯୁବତୀ ନିଜକୁ ଜଣେ ଜଣେ ସୈନିକ ରୂପେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଞ୍ଜନ ପ୍ରଧାନ, ସବ୍ୟସାଚୀ ଶତପଥୀ, ସୁଧାଂଶୁବାଳା ଷଡ଼ଙ୍ଗୀ, ଶ୍ରୀୟା କୁଅଁର, ଭବାନୀ, ତପନ କୁମାର ଦାସ, ମିଲନ ସ୍ବାଇଁ, ପାର୍ଥସାରଥୀ ଛୋଟରାୟ, ଲୋରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।