ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ ଷଷ୍ଠ ଦିନରେ ! କାଲିଠୁ ଛୁଟିରେ ରହିବେ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)
ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବ୍ଳକର କୃଷି ବିଭାଗରେ କାର୍ଯ୍ୟରତ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ କ୍ୟାଡ଼ର ତ୍ରୁଟି ସଂଶୋଧନ ଦାବିରେ ୬ ଦିନ ହେଲା କଳାବ୍ୟାଜ୍ ପରିଧାନ କରି ଆନ୍ଦୋଳନ ଚଳାଇଛନ୍ତି । ଓଡ଼ିଶା ରାଜ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ନିଷ୍ପତ୍ତି ଅନୁଯାୟୀ ୪ ଦଫା ଦାବି ନେଇ ଗତ ୫ତାରିଖରୁ ସରକାରୀ କାର୍ଯ୍ୟ କରିବା ସହ ପ୍ରତିବାଦରେ ଯୋଗ ଦେଇଛନ୍ତି । ଗ୍ରାମ୍ୟ କୃଷି କର୍ମଚାରୀ ପଦର ନାମ ପରିବର୍ତ୍ତନ କରାଯାଇ ପଞ୍ଚାୟତ କୃଷି ଅଧିକାରୀ, କୃଷି ଅଧିଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କ୍ୟାଡ଼ର ପୁନର୍ଗଠନ, ନିଯୁକ୍ତି କ୍ଷେତ୍ରରେ ସଞ୍ଚାଳନ ପାଇଁ ସମାନୁପାତିକ ଢ଼ଙ୍ଗରେ ନିଯୁକ୍ତି ପ୍ରଦାନ, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବିଜ୍ଞାନ ପରିବର୍ତ୍ତେ ଯୁକ୍ତ ୩ ବିଜ୍ଞାନ କରାଯିବା ଦାବିରେ ଏହି ଆନ୍ଦୋଳନ ଚାଲୁ ରହିଛି । ଦାବି ପୂରଣ ଦିଗରେ ସରକାର ଦୃଷ୍ଟି ନ ଦେଲେ ଆସନ୍ତା ୧୨ ତାରିଖରୁ ସମୂହ କର୍ମଚାରୀ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।