ମେରେ ପ୍ୟାରେ ପ୍ରାଇମ ମିନିଷ୍ଟରର ଟ୍ରେଲର ମୁକ୍ତି ଲାଭ କଲା

ମୁମ୍ବାଇ : ବହୁ ପ୍ରତୀକ୍ଷିତ ବଲିଉଡ ସିନେମା ମେରେ ପ୍ୟାରେ ପ୍ରାଇମ ମିନିଷ୍ଟରର ଟ୍ରେଲର ଆଜି ମୁକ୍ତି ଲାଭ କରିଛି । ଟ୍ରେଲଟିକୁ ଦେଖିବା ପରେ ଦର୍ଶକଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି । ୨ ମିନିଟ୍ ୩୦ ସେକେଣ୍ଡର ଏହି ଟ୍ରେଲରରେ ଗୋଟିଏ ଛୋଟ ଶିଶୁ କିପରି ନିଜ ବୁଦ୍ଧି ବଳରେ ମାର ସୁରକ୍ଷା ନିମନ୍ତେ ଘରେ ଏକ ଶୌଚାଳୟ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖୁଛି, ତାହାର ଏକ ଝଲକ ଦେଖିବାକୁ ମିଳିଛି ଟ୍ରେଲରେ । ସିନେମାଟିରେ ରାକେଶ ଓମପ୍ରକାଶ ମେହେରା ଉଭୟ ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ନେଇଥିବା ବେଳେ ଅରିଜିତ୍ ସିଂହ ଏହି ସିନେମାର ଟାଇଟଲ ଟ୍ରାକରେ କଣ୍ଠଦାନ କରିଛନ୍ତି ।