୧୭ ଜିଲ୍ଲାରେ ୩୮ ନୂଆଁ ଆହାର କେନ୍ଦ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ  ରାଜ୍ୟର ୧୭ ଟି ଜିଲ୍ଲାରେ ୩୮ଗୋଟି ନୂଆଁ ଆହାର କେନ୍ଦ୍ର ଲୋକାର୍ପଣ କରିଛନ୍ତି।ଆହାର ଯୋଜନାରେ ପ୍ରତିଦିନ ୧ ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସଂପ୍ରତି ସରକାରଙ୍କ ଦ୍ବାରା ପରିଚାଳିତ ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇ ଦିଆଯାଉଛି। ଆଜିର ଏହି ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ ପରେ ରାଜ୍ୟର ସମସ୍ତ ୩୦ଟି ଜିଳ୍ଲାର ୧୧୪ଟି ସହରାଞ୍ଚଳରେ ଆହାର କେନ୍ଦ୍ର ସ୍ଥାପିତ ହୋଇଥିବା ପ୍ରକାଶ।