ପାନପୋଷ ଟିସିଆଇ ଛକରେ ମର୍ମନ୍ତୁଦ ଦୁର୍ଘଟଣା:ସ୍କୁଟିକୁ ପିଟିଲା ଟ୍ରେଲର,୨ଯୁବତୀ ଙ୍କ ମୃତ୍ୟୃ !

ରାଉରକେଲା,(ରାମେଶ୍ବର ଖାଡାଙ୍ଗା/ହଲଚଲ୍ ନ୍ୟୁଜ୍)-ଆଜି ପ୍ରାୟ ୧୦ ଟା ବେଳେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ଏକ ସ୍କୁଟିକୁ ଟ୍ରେଲର ପିଟି ଦେବାର ସ୍କୁଟିରେ ଥିବା ଦୁଇ ଜଣ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଦୁର୍ଘଟଣା ପରେ ଦୁଇ ଯୁବତୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସ୍କୁଟିରେ ନମ୍ବର ନଥିବାରୁ ଉଭୟଙ୍କ ପରିଚୟ ମିଳି ପାରିନାହିଁ।ଏହି ଦୁର୍ଘଟଣା ଯୋଗୁ କିଛି ସମୟ ଧରି ଉକ୍ତ ରାସ୍ତା ଜାମ୍ ହୋଇଯାଇଥିଲା।