ହିନ୍ଦୁସ୍ଥାନ ନିର୍ମାଣ ପାର୍ଟି ଉଭୟ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ଦେବ !!

ନୂଆଦିଲ୍ଲୀ:’ହିନ୍ଦୁସ୍ଥାନ ନିର୍ମାଣ’ ନାମକ ଏକ ନୂତନ ରାଜନୈତିକ ଦଳ ବିଶ୍ୱ ହିନ୍ଦୁ ପରିଷଦ ର ପୂର୍ବତନ ନେତା ପ୍ରବୀଣ ତୋଗାଡିଆ ଗଠନ କରିଛନ୍ତି । ପ୍ରବୀଣ ତୋଗାଡିଆ ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗୀ ବୋଲି ବିବେଚିତ ହେଉଥିଲେ। ମାତ୍ର ଏବେ ସେ ମୋଦୀଙ୍କର ବିରୋଧୀ ଭାବେ ବିବେଚିତ ହେଉଛନ୍ତି।ଏହି ନୂଆ ପାର୍ଟି ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଏହାଛଡା ହିନ୍ଦୁସ୍ତାନ ନିର୍ମାଣ ଦଳ ବିଧାନସଭା ନିର୍ବାଚନ ମଧ୍ୟ ଲଢିବ ବୋଲି ସେ ଘୋଷଣା କରିଛନ୍ତି। ଦାରିଦ୍ର୍ୟ, ବେକାରୀ, କୃଷକ ଆତ୍ମହତ୍ୟା ଓ ରାଷ୍ଟ୍ରୀୟ ସୁରକ୍ଷା ଆଦି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ବିଫଳ ହୋଇଛନ୍ତି। ଏହି କାରଣରୁ ତାଙ୍କ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବ।