ରାଜସ୍ଥାନ:୫% ସଂରକ୍ଷଣ ନେଇ ଗୁର୍ଜର ଆନ୍ଦୋଳନ ଜୋରଦାର୍,ପୋଲିସ ସହ ହଙ୍ଗାମା

ଜୟପୁର:୫% ଆରକ୍ଷଣ କୁ ନେଇ ରାଜସ୍ଥାନରେ ଗୁର୍ଜର ସଂପ୍ରଦାୟର ଆନ୍ଦୋଳନ ଉଗ୍ର ରୂପ ନେଇଛି। ଗତକାଲି ଆନ୍ଦୋଳନର ତୃତୀୟ ଦିବସ ରେ ଧୌଲପୁର ମହାପଞ୍ଚାୟତ ପରେ ଏନ୍ ଏଚ୍- ୩ କୁ ଅବରୋଧ କରିବା ଏବଂ ଏହାକୁ ହଟାଇବା ପାଇଁ ଆସିଥିବା ପୁଲିସ ଟର୍ମଚାରୀଙ୍କ ଉପରେ ଆନ୍ଦୋଳନକାରୀ ପଥର ମାଡ଼ କରିବା ସହ ୩ ପୁଲିସ ଗାଡିକୁ ପୋଡି ଦେବା ସହ ଗୁଳିବାଜୀ କରିଥିଲେ।ପୁଲିସ ପକ୍ଷରୁ ମଧ୍ୟ ପ୍ରତିରୋଧ କରାଯାଇ  ଲୁହ ବୁହା ଗ୍ୟାସ୍ ଏବଂ ଫ୍ଲାଏ ଫାଇରିଂ ମଧ୍ୟ କରାଯାଇଥିଲା। ଏଥିରେ ପ୍ରାୟ ଅଧ ଡଜନ ପୁଲିସକର୍ମୀ ଓ ଆନ୍ଦୋଳନକାରୀ ଆହତ ହୋଇଛନ୍ତି।ପୁଲିସ ଏବେ ୧୪୪ ଧାରା ଜାରୀ କରିଛି। ତେବେ ଆଜି ପୁଣି ଗୁର୍ଜରଙ୍କ ପକ୍ଷରୁ ଏନ୍ ଏଚ୍ ୨୩ ଅବରୋଧ କରାଯିବାର କାର୍ଯ୍ୟକ୍ରମ ରହିଛି।