ବିଜେଡି ର ଔଷଧ ବିକଳରେ ତାଟିଆ କାମୁଡା:ବିଜେପି

ଭୁବନେଶ୍ୱର : ଊଣେଈଶ ବର୍ଷର ବିଜେଡିର ବିଫଳତାକୁ ନେଇ ବିଜେପି ସାରା ରାଜ୍ୟରେ ଜନ ବିରୋଧକୁ ନେଇ ରାଜନୈତିକ ଆନ୍ଦୋଳନରେ ପରିଣତ କରିବା କାରଣରୁ ବିଜେଡି ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ବିଜେଡି ଅଭିଯୋଗର ଉତର ରଖି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାମଲାରେ ସମାଲୋଚନା କରିବା ବଦଳରେ ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କର ୧୦୦ ଟଙ୍କା ବୋନସ୍ କୁଆଡେ ଗଲା ପ୍ରଥମେ ବିଜେଡି ମୁଖପାତ୍ରମାନେ ଜବାବ୍ ଦିଅନ୍ତୁ। କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ଚାଷୀଙ୍କୁ ମିଳୁନାହିଁ ତାହାର ଜବାବ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳା ପାହାଡମାନଙ୍କୁ ଚକ୍ରାନ୍ତ ଓ ଜିଲ୍ଲାର ବିଜେଡି ମନ୍ତ୍ରୀ ଓ ନେତା ମହେଶ୍ୱର ମହାନ୍ତି ଓ ସଂଜୟ ଦାସବର୍ମାଙ୍କ ଖଳନାୟକ ଭୂମିକା ଯୋଗୁଁ କୋଷ୍ଟାଲ ହାଇେଓ ଆଜି ବିଳମ୍ବିତ ହୋଇଛି। ଖୁବ ଶୀଘ୍ର ଆମ ଦଳ ତରଫରୁ ଦସ୍ତାବିଜ୍ ଓ ପ୍ରମାଣ ସହ ଏହାର ପର୍ଦାଫାଶ କରାଯିବ ବୋଲି ଗୋଲକ କହିଛନ୍ତି।

ଉଜ୍ଜଳା ମାମଲାରେ ବିଜେଡିକୁ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡର ଘାରିଛି। ୩୭ ଲକ୍ଷ ହିତାଧିକାରୀ ଉଜ୍ଜଳାରେ ଓ ଏହାର ୭୩ ପ୍ରତିଶତ ରିଫିଲ ନେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।