ଓଡିଆ ଫିଲ୍ମ ‘ପ୍ରେମରେ ରଖିଚି ଶହେରୁ ଶହେ’ ରିଲିଜ୍

ଭୁବନେଶ୍ୱର : ସରସ୍ୱତୀ ପୂଜା ଅବସରରେ ରିଲିଜ ହୋଇଛି ଓଡ଼ିଆ ସିନେମା ଯାହାର ନାମ ରହିଛି ପ୍ରେମରେ ରଖିଚି ଶହେରୁ ଶହେ । ଓଡ଼ିଆ ସିନେମାର ଓଣ୍ଡର ବୟ ଓ ନିର୍ଦ୍ଦେଶକ ସଂଜୟ ନାୟକ ସିନେମାଟି କରିଛନ୍ତି । ସେ ବହୁ ଦମଦାର ସିନେମା କରିଛନ୍ତି । ଏହି ସିନେମାରେ ପ୍ରଯୋଜକ ଭାବେ ଦାୟିତ୍ୱ ତୁଲାଇଛନ୍ତି ଦିଲୀପ ଦାସ ଓ ବିରଞ୍ଚି ନାରାୟଣ ପଣ୍ଡା । ଏବଂ ଏଥିରେ ସଙ୍ଗୀତକାର ଅଛନ୍ତି ମଳୟ ମିଶ୍ର । ଏଥିରେ ଜ୍ୟୋତି ଓ ରୀୟା, ଗୁଡ଼ୁ, ବିଜୁ ବଡ଼ଜେନା ଓ ପ୍ରେମାଞ୍ଜନ ପରିଡ଼ାଙ୍କୁ ଏହି ସିନେମାରେ ଦେଖିବାକୁ ମିଳିଛି । ସୂଚନା ମିଳିଛି ଯେ ଏହା ଏକ ରୋମାଣ୍ଟିକ ଓ କମେଡ଼ି ମିଶା ସିନେମା । ସିନେମାରେ ଜ୍ୟୋତି ଓ ରୀୟାଙ୍କର ଅଭିନୟ ଡବଲ ସହ କଏନର ଦୁଇପାଶ୍ୱର୍ ଭଳି ପଜିଟିଭ ଓ ନେଗଟିଭ ରୋଲ ରହିଛି ।