ରାଜ୍ୟ ସ୍ତରୀୟ ବର୍ଣି କପ କ୍ରିକେଟ ଟୁୁର୍ଣ୍ଣାମେଣ୍ଟ ଉଦଯାପିତ,ବିଭିନ୍ନ ରାଜ୍ୟର୧୬ ଟି ଦଳ ର ଅଂଶ ଗ୍ରହଣ।

ବଲାଙ୍ଗୀର,(ହଲଚଲ୍ ନ୍ୟୁଜ୍)- ସଇଁତଳା ବ୍ଲକ ଫପସି ନିକଟସ୍ଥ ମଦର ଟେରେସା ଖେଳ ପଡିଆଠାରେ ରାଜ୍ୟ ସ୍ତରୀୟ ବର୍ଣ୍ଣିକପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି|ଏଥିରେ ସର୍ବମୋଟ ରାଜ୍ୟ ତଥା ରାଜ୍ୟ ବାହାରୁ ସର୍ବମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ|ଫାଇନାଲ ଖେଳ ଡ଼ୁମେରବାହାଲ ଓ ବ୍ରଜରାଜନଗର ମଧ୍ୟରେ ହୋଇଥିଲା|ପ୍ରଥମେ ଟସ ଜିଣି ଡ଼ୁମେର ବାହାଲ ନିର୍ଦ୍ଧାରିତ କୋଡିଏ ଓଭରରେ ଦଶ ଉଇକେଟ ହରାଇ ୧୬୨ ରନ ସଁଗ୍ରହ କରିଥିବାବେଳେ ବ୍ରଜରାଜନଗର ପନ୍ଦର ଓଭରରେ ୧୬୫ରନ ସଁଗ୍ରହ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା  ଆୟୋଜନ କମିଟି ର ସଭାପତି ଗାରଗବ ବଗର୍ତ୍ତୀଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ସମାଜସେବୀ ତଥା ଟିଟିଲାଗଡ଼ର ଯୁବନେତା ହିଫଜୁଲ ରହମାନ ରାଜା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିବାବେଳେ ବଡ଼ମାଳ ଡାକ୍ତର ଖାନା ପିଏମଓ ସୁଜାତା ଛୋଟରାୟ,ଗଣ୍ଡପତ୍ରାପାଲି ସରପଞ୍ଚ ସୁମୁଖୀ ଭୋଇ ଓ ନାରିକଟା,ସମଚୁଆ,ଭଦ୍ରା,ବଡ଼ମାଳ,ଫପସି ର ମାନ୍ୟଗନ୍ୟ ବ୍ୟକ୍ତି ମଞ୍ଚାସିନ ହୋଇଥିଲେ।
>   ଖେଳରେ ମେନ ଅଫ ଦି ମ୍ୟାଚ ଅଜିତ ମହାରଣା ଓ ମେନ ଅଫ ଦି ସିରିଜ ସଞ୍ଜୟ ବିଶ୍ୱାଳକୁ ଘୋଷିତ କରାଯାଇଥିଲା ସୁରେନ୍ଦ୍ର ମହାନନ୍ଦ,ସୁରେନ୍ଦ୍ର ମୁନା ଖେଳ ପରିଚାଳନା କରିଥିବା ବେଳେ ମହେଶ ମହାନନ୍ଦ,ରୋହିତ ମହାନନ୍ଦ,ଈଶ୍ୱର ଦୀପ ଧାରା  ବିବରଣୀ ପାଠ  କରିଥିଲେ  | ଅଜୟ ଭୋଇ,କରନ କୁମାର,ବୀରେନ୍ଦ୍ର ମୁନା,ପିଣ୍ଟୁ ଛତ୍ରିଆ,ଅମିତ ଦୀପ,ଅଗସ୍ତି ମହାନନ୍ଦ ସ୍କୋର ଦାଇତ୍ୱ ତୁଲାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ କୁମ୍ଭାର,ମହେନ୍ଦ୍ର ଭୋଇ,କିର୍ତିଚନ୍ଦ୍ର ଭୋଇ,ହେମନ୍ତ ମିର୍ଦ୍ଧା,ଦିଲୀପ ମାଝୀ,ଦାମୋଦର ମାଝୀ,ଗଣେଶ ତାଣ୍ଡି,ପୂର୍ଣଚନ୍ଦ୍ର ଭୋଇ,ଅଜିତ ମାଝୀ,ଶଙ୍କର ହରପାଳ,ଗଣେଶ ମାଲହୋତ୍ରା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ|  ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ସେଠାରେ ପୋଲିସ ମୁତୟନ କରାଯାଇଥିଲା । ଏହି ରାଜ୍ୟ ସ୍ତରୀୟ କ୍ରିକେଟ ଟୁୁର୍ଣ୍ଣାମେଣ୍ଟ ରେ କୃତି ଖେଳାଳି ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।