କୁତ୍ରା : ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ୍ !

କୁତ୍ରା,(ହଲଚଲ୍ ନ୍ୟୁଜ୍) – କୁତ୍ରା ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ ଶତ୍ୟମ୍ ଫିଲିଂଗ ସେଣ୍ଟର ନାମକ ପେଟ୍ରୋଲ ପମ୍ପରୁ ରାତି ପ୍ରାୟ 8ଟା ସମୟରେ ବନ୍ଧୁକ ମୁନରେ 65 ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି। 8ଟା ସମୟରେ 2 ଜଣ ଲୁଟେରା ଏକ ପଲସର ବାଇକ ଯୋଗେ ପେଟ୍ରୋଲ ପମ୍ପରେ 1ଶହ ଟଙ୍କାର ପେଟ୍ରୋଲ ପକାଇ ବିଲ ନେବା ଆଳରେ କାଉଣ୍ଟରକୁ ଯାଇ ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇ କାଉଣ୍ଟରରେ ଥିବା 65 ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।