ଲେଫ୍ରିପଡା:ଛଟେନପାଲି ଏମ୍ ସି ଏଲ୍ କଲୋନୀ ର ଜଣେ ଶ୍ରମିକ ର ଆତ୍ମହତ୍ୟା

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍)-ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ଗ୍ରାମରେ ନିର୍ମାଣଧୀନ ଏମ୍ ସି ଏଲ୍ ବିସ୍ଥାପିତ କଲୋନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଏମ୍ ସି ଏଲ୍ – ସୁନ୍ଦରଗଡ଼ ମୁଖ୍ୟ ରାସ୍ତା କଡରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଶ୍ରମିକ ର ନାମ କଳାମ ଅବଦ୍ଦୁଲ (୨୮) ଏବଂ ସେ ବିହାର ରୁ ଆସି ଏଠାରେ ଶ୍ରମିକ ଭାବେ ଏକ ଡ କା ସଂସ୍ଥା ନିକଟରେ କାମ କରୁଥିଲା।