ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ “ଟିମ୍ ସେଭ୍ ଝାରସୁଗୁଡ଼ା” ପକ୍ଷରୁ ବଢ଼ାଇମୁଣ୍ଡା ଠାରେ ସଚେତନତା

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)  

ଝାରସୁଗୁଡ଼ା ଜିଲ୍ଲା : ଚଳିତ ଫେବୃଆରୀ ୦୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ବ୍ୟାପକ ଓ ବିସ୍ତୃତ ଭାବରେ ସଭା ସମିତି ଓ ଶୋଭାଯାତ୍ର କରି ଜନ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ପରିପ୍ରେଷୀରେ ଝାରସୁଗୁଡ଼ାର “ଟିମ୍ ସେଭ୍ ଝାରସୁଗୁଡ଼ା” ପକ୍ଷରୁ ବଢ଼ାଇମୁଣ୍ଡା ଠାରେ ଜନସାଧାରଣ ମାନଙ୍କୁ ସଚେତନତା କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ପୋଲିସ ସହଯୋଗ କରିଥିଲା । ମଦ ପିଇ ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ବାଇକ ଚଳାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରିବା ସହ ସଚେତନତାର ବିଭିନ୍ନ ପ୍ଲାକାର୍ଡ, ବ୍ୟାନର, କଲମ ଏବଂ ଖାତା ଦେଇ ଲୋକ ମାନଙ୍କୁ ସଚେତନତା କରିଥିଲେ  “ଟିମ୍ ସେଭ୍ ଝାରସୁଗୁଡ଼ା” । ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ ଯଥା- “ସଡ଼କ ସୁରକ୍ଷା ଜୀବନ ରକ୍ଷା”
୧- ରାସ୍ତା ରେ ଯାତାୟାତ ବେଳେ ଟ୍ରାଫିକ ପୋଲିସ ମାନଙ୍କୁ ସହଯୋଗ କରନ୍ତୁ ଓ ଟ୍ରାଫିକ ଆଲୁଅ ଅନୁସାରେ ଚାଲନ୍ତୁ l
୨- ଦୁଇ ଚକିଆ ଯାନ ଚାଳକ ମାନେ ହେଲମେଟ ଓ ଚାରି ଚକିଆ ଯାନ ଚାଳକ ମାନେ ସିଟ୍ ବେଲ୍ଟ୍ ର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ l ଏହା ଆପଣଙ୍କୁ ସୁରକ୍ଷା ପ୍ରଦାନ କରିଥାଏ l
୩- ଗାଡ଼ି ଚାଲୁଥିବା ସମୟରେ ଗାଡି ରେ ଚଢ଼ନ୍ତୁ ନାହିଁ ବା ଓହ୍ଲାନ୍ତୁ ନାହିଁ
୪- ରେଳ ଫାଟକ ନିକଟ ରେ ଅପେକ୍ଷା କରିବା ସମୟରେ ଗୋଟିଏ ପାର୍ଶ୍ୱରେ ହିଁ ଅପେକ୍ଷା କରନ୍ତୁ କାରଣ ରେଳ ଫାଟକ ଉଠିଲା ପରେ ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ଆରାମରେ ଯାଇ ପାରିବେ l
୫- ଅଧିକ ଶବ୍ଦ ଯୁକ୍ତ ହର୍ଣ୍ଣ ବ୍ୟବହାର କରନ୍ତୁ ନାହିଁ l
୬- ଛୋଟ ପିଲା ମାନଙ୍କୁ ଗାଡି ଚଳାଇବା ରୁ ନିବୃତ୍ତ ରଖନ୍ତୁ l
୭- ନିଶା ସେବନ କରି ଗାଡି ଚଲାନ୍ତୁ ନାହିଁ l
୮- ବିଦ୍ୟାଳୟ ନିକଟରେ ଯାତାୟାତ କରୁଥିବା ସମୟରେ ଗାଡି ଧୀରେ ଚଲାନ୍ତୁ l
୯- ଗାଡ଼ି ଚଳାଇଲା ବେଳେ ମୋବାଇଲ ଫୋନ ର ବ୍ୟବହାର କରନ୍ତୁ ନାହିଁ l
“ଟିମ୍ ସେଭ୍ ଝାରସୁଗୁଡ଼ା” ପକ୍ଷରୁ କହି ସଚେତନ କରାଯାଇଥିଲା ।