ଅମଳିପାଳି ସରକାରୀ ପ୍ରାଥମିକ ସ୍କୁଲରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) 

ଝାରସୁଗୁଡା ଜିଲ୍ଲା ଅମଳିପାଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଅଞ୍ଜଳି ପ୍ରଭା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଇଓ ଉଜାଗର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏ.ବି.ଇ.ଓ କ୍ଷୀରୋଦ ପ୍ରଧାନ, ପଞ୍ଚପଡା କ୍ଲଷ୍ଟର ସିଆରସିସି ନୀଳାଦ୍ରି ପଟେଲ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଜୟ ଶଙ୍କର ପଟେଲ, ପୁଷ୍ପଳତା ପଟେଲ, ଅଶୋକ ପଟ୍ଟନାୟକ, ସୁରଜ ପଟେଲ ଏବଂ ଜ୍ୟୋର୍ତିମୟୀ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନେ ମଞ୍ଚ ପରିଚାଳନା କରିଥିଲେ । ଜୟନ୍ତୀ କିଷାନ, ମାଧବୀ ପଟେଲ, ହେମକାନ୍ତି ପଟେଲ, ଏସଏମସି ସଭାନେତ୍ରୀ ବାସନ୍ତି କିଷାନ ଓ ଗ୍ରାମର ମୁଖ୍ୟ ଦିଲ୍ଲୀପ ପିରସ୍କାର ବିତରଣ କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଭା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।