ପୁଣି ଜଣେ ଅନାଥ ମୃତକ ମହିଳାଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେଲା “ଝାରସୁଗୁଡ଼ା ମାନବ ସେବା ସଂଘ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)   ଝାରସୁଗୁଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ସମାଜସେବୀଙ୍କ ସହଯୋଗ ଦ୍ବାରା ପହଞ୍ଚାଯାଇଥିବା ଜଣେ ଅନାଥ ମହିଳା ଚିକିତ୍ସିତ ହେଉଥିଲେ । ତେବେ ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଅନାଥ ମୃତକ ମହିଳାଙ୍କୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ତାଙ୍କର ମୃତ୍ୟୁପରେ ଆଇନତଃ ସମସ୍ତ ପ୍ରକ୍ରିୟା ସରିବା ପରେ “ମାନବ ସେବା ସଂଘ” ଝାରସୁଗୁଡ଼ାଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ଶବ ଦିଆଯାଇଥିଲା । ଝାରସୁଗୁଡ଼ା ଜିଲ୍ଲା “ମାନବ ସେବା ସଂଘ” ପକ୍ଷରୁ ଆଜି ପର୍ଯ୍ୟନ୍ତ ୨୩ ଜଣ ଅସହାୟ ଅନାଥ ବୃଦ୍ଧବୃଦ୍ଧାଙ୍କର ସବସତ୍କାର କରିସାରିଛନ୍ତି । ଆଜିର ଏହି ମୁକ୍ତିପଥ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାର “ମାନବ ସେବା ସଂଘ”ର ଅଧ୍ୟକ୍ଷ ସୁବାଷ ସାହାରେ, ସୋଫିଆ ମିଞ୍ଜ, ଆଇନଜୀବୀ ମାନସ ସିହ୍ନା, ସାମ୍ବାଦିକ ମହମ୍ମଦ ଖୁର୍ଶୀଦ ଆଲମ ଖାନ, ରମେଶ ଗାନ୍ଧୀ, ବୁଧରାମ ତନ୍ତି(ଆଜାଦ), ବସି ବାରି, ସରଟୁକୋ ବେହେରା ପ୍ରମୁଖଙ୍କ ସହ ପୋଲିସ ଏସ.ଆଇ ଶ୍ରୀ ମହେଶ୍ଵର ପାଣିଗ୍ରାହୀ, ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ବାଗ ଉପସ୍ଥିତ ରହି ସବ ସତ୍କାର କରିଥିଲେ । ତେବେ ଝାରସୁଗୁଡା ଜିଲ୍ଲା “ମାନବ ସେବା ସଂଘ” ସବୁବେଳେ ମହତ କାମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।