କୁରକୁରେ ଖାଇବା ହେଲା କାଳ : ବେଳପାହାଡ଼ ଛାତ୍ରୀଙ୍କ ଜୀବନ ଗଲା


ଝାରସୁଗୁଡା 🙁 ଗାନ୍ଧିରାମ ବେହେରା/ଅନିନ୍ଦ୍ୟରାଜ ଖାଡାଙ୍ଗା )-
ଝାରସୁଗୁଡ଼ା ଜିଲ୍ଲା ବେଳପାହାଡ଼ ସହରରେ ଜଣେ କଲେଜ ଛାତ୍ରୀ କୁରକୁରେ ଖାଉଥିବା ବେଳେ ତଣ୍ଟିରେ କୁରକୁରେ ଲାଗି ଜଣେ କଲେଜ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି । ବେଲପାହାଡ଼ ଫାଟକରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷିୟ ଝିଅ ତଥା ବ୍ରଜରାଜନଗର କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୁଚିତ୍ରା ରାୟ ଆଜି ଅପରାହ୍ନ ପ୍ରାୟ ଶାଢ଼େ ୪ ଟା ସମୟରେ ଘରେ ଖଟରେ ଶୋଇ ମୋବାଇଲରେ ଭିଡ଼ିଓ ଦେଖିଦେଖି କୁରକୁରେ ଖାଉଥିବା ସମୟରେ ହଠାତ ସୁଚିତ୍ରାଙ୍କ ତଣ୍ଡିରେ ଲାଗିଯାଇଥିଲା । ଅଚେତ ଅବସ୍ଥାରେ ପରିବାର ଲୋକେ ବେଲପାହାଡ଼ ସ୍ଥିତ ଟିଆରଏଲ ହସ୍ପିଟାଲ କୁ ନେଇଯାଇଥିବା ବେଳେ ଡ଼ାକ୍ତର ସୁଚିତ୍ରାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।