ଲାଠିକଟା ଅଞ୍ଚଳର ନାବାଳିକା ରାଜସ୍ଥାନରୁ ଉଦ୍ଧାର:ଓଡିଶା ପୁଲିସ ଉପରେ ଅଭିଯୋଗ ଆଣିଲେ ଦିଲ୍ଲୀ ମହିଳା କମିଶନ!

ସୁନ୍ଦରଗଡ଼'(ହଲଚଲ୍ ନ୍ୟୁଜ୍)-ଜଣେ ଅବସରପ୍ରାପ୍ତ ରେଲ ବିଭାଗ କର୍ମଚାରୀ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅଞ୍ଚଳରେ ରହନ୍ତି। ତେବେ ହଠାତ୍ ଦିନେ ବାପାଙ୍କ ଅନୁପସ୍ଥିତି ରେ ନିଜ ପଡୋଶୀ ନାବାଳିକା ଝିଅଙ୍କୁ ନାନା ପ୍ରଲୋଭନ ଦେଖାଇ ରାଜସ୍ଥାନ ଅଞ୍ଚଳକୁ ନେଇ ବିକ୍ରୀ କରିଦେଇଥିଲେ। ଏପଟେ ବାପା ଝିଅ କୁ ଖୋଜି ଖୋଜି ନୟାନ୍ତ। ଥାନା ରୁ ଏସ୍ ପି ଏବଂ ଡିଆଇଜି ଙ୍କ ପର୍ଯ୍ୟନ୍ତ କାକୁତିମିନତି କରି ଗୁହାରି କରିଛି, ହେଲେ କେହି ବି ତାଙ୍କ କଥାକୁ ଗୁରୁତ୍ବ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ହେଲେ ଶେଷରେ ଦିଲ୍ଲୀ ମହିଳା ଆୟୋଗ ଝିଅକୁ ନଅ ମାସ ଗର୍ଭବତୀ ଥିବା ଅବସ୍ଥାରେ ଉଦ୍ଧାର କରିଛି।

ଅପରପକ୍ଷରେ,ଓଡିଶାରେ ନାବାଳିକା ଚାଲାଣ ଉଦବେଗ ସ୍ଥିତିରେ ପହଞ୍ଚିଥିବା ବେଳେ ଏକ ସଂଗୀନ ଅଭିଯୋଗ ଆସିଛି ଓଡିଶା ପୋଲିସ ବିରୁଦ୍ଧରେ । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ କହିଛନ୍ତି ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ରହିଛି । ତାଙ୍କ କହିବା ମୁତାବକ ସୁନ୍ଦରଗଡ଼ ଲାଠିକଟାରୁ ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା |ସମ୍ପୃକ୍ତ ନାବାଳିକାକୁ ମାତ୍ର ୫ ଲକ୍ଷ ଟଙ୍କାରେ ତାଙ୍କ ସଂପର୍କୀୟ ରାଜସ୍ଥାନରେ ବିକ୍ରି କରିଦେଇଥିଲେ । ତେବେ ନାବାଳିକାକୁ ଥରେ ଉଦ୍ଧାର କରାଯାଇ ଓଡ଼ିଶା ପଠାଯାଇଥିଲା । ତେବେ ସେଠାରେ ଓଡ଼ିଶା ପୁଲିସ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ପୁଣି ରାଜସ୍ଥାନ ପଠାଇ ଦେଇଥିବା କହିବା ସହ ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ଥିବା ସ୍ୱାତୀ ମାଲିୱାଲ କହିଛନ୍ତି ।