ରାଜଗାଙ୍ଗପୁର:ମହିଳାଙ୍କୁ କଚାଡି ମାରିଲା ଦନ୍ତା ହାତୀ

ରାଜଗାଙ୍ଗପୁର (ପ୍ରଶାନ୍ତ ସାହୁ /ହଲଚଲ୍ ନିଉଜ୍) ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଚିଡିଆ ଜଙ୍ଗଲରେ ଆଭା କେରକେଟା ନାମକ 52 ବର୍ଷୀୟା ମହିଳାଙ୍କୁ ଏକ ଦନ୍ତା ହାତୀ କଚାଡି ମାରିଛି। ଘଟଣାରୁ ଜଣାପଡିଛି ଯେ ରାଜଗାଙ୍ଗପୁର ନିକଟସ୍ଥ କୁମାରକେଲାର ଦିଲିପ କେରକେଟା ଓ ତାଙ୍କର ପତ୍ନୀ ଆଭା ମାଲିଡିହି ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ପୂର୍ବାହ୍ନ ୧୧ରେ ଚିଡିଆ ଜଙ୍ଗଲ ଭିତରେ ହଠାତ୍ ଏକ ଦନ୍ତା ହାତୀ ପହଞ୍ଚି ଆଭାକୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଏହା ଦେଖି ଦିଲିପ ଅତି ଭୟଭୀତ ହୋଇ ସେଠାରୁ ପ୍ରାଣ  ଦୌଡ଼ି ପଳାଇଥିଲା। ପରେ ଏ ନେଇ ଖବର ପାଇ ରାଜଗାଙ୍ଗପୁର ବନ ବିଭାଗ ଫରେଷ୍ଟର କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଉଦ୍ଧାର କରି ରାଜଗାଙ୍ଗପୁର ସ୍ଥିତ ମର୍ଗ ହାଉସକୁ ନେଇଥିଲେ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି। ମାଲିଡିହି ଜଙ୍ଗଲରେ ଦନ୍ତା ହାତୀ ଉପସ୍ଥିତି ଯୋଗୁଁ ସେହି ବଣ ଜଙ୍ଗଲ ପରିପୂର୍ଣ୍ଣ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି।