ଫେବୃଆରୀ ଶେଷ ସୁଦ୍ଧା କଂଗ୍ରେସ ର ଲୋକସଭା ପ୍ରାର୍ଥୀ ତାଳିକା ଘୋଷଣା ସମ୍ଭାବନା !

ନୂଆଦିଲ୍ଲୀ:ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା କଂଗ୍ରେସ ର ଲୋକସଭା ପ୍ରାର୍ଥୀ ତାଳିକା ଚୁଡାନ୍ତ କରିବାକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଦଳୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦଳର ନବନିଯୁକ୍ତ ଦୁଇ ପ୍ରଭାରୀ ପ୍ରିୟଙ୍କା ଏବଂ ସିନ୍ଧିଆଙ୍କୁ ଦଳକୁ ମଜବୁତ୍ କରିବା ପାଇଁ ମିଶନ୍ ମୁଡ୍ ରେ କାର୍ଯ୍ୟ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।