ଝାରସୁଗୁଡ଼ା:ନାବାଳିକାକୁ ୮ମାସର ଗର୍ଭବତୀ କରି ଯୁବକ ଫେରାର 

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)

ଝାରସୁଗୁଡା ଜିଲ୍ଲା ଚାଇଡଲାଇନ ପାଖକୁ ଆଜି ଜଣେ ନାବାଳିକା ୮ ମାସର ଗର୍ଭବତୀ ହୋଇଥିବାର ଖବର ଆସିଥିଲା । ଚାଇଡଲାଇନ ଖବର ପାଇବା ସଙ୍ଗେସଙ୍ଗେ ଚାଇଡଲାଇନର ଅଧିକାରୀ ମାନେ ନାବାଳିକା ପାଖକୁ ଯାଇ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ । ପରେ ଝାରସୁଗୁଡ଼ା ଥାନାକୁ ଆସି ଚାଇଡଲାଇନ ସହାୟତାରେ ନାବାଳିକା ର ବାପା ମାଁ ଟାଉନ ଥାନାରେ ଏତଲା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା ଗୋଟିଏ ବଙ୍ଗଳାରେ ଝାଡୁପୋଛା କାମ କରୁଥିଲା । ସେହି ଡାକ ବଙ୍ଗଳାରେ ରୋଷେଇ କରୁଥିବା ରୋଷେୟା ଯୁବକ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ନାବାଳିକା ର ବାପା ମାଁ ଘଟଣା ସମ୍ପର୍କରେ ଜାଣିଲା ପରେ ଯୁବକକୁ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକକୁ ପାଇନଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକ ଫେରାର ରହିଛି । ଏତଲା ଅନୁଯାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।