କୃଷକଙ୍କ ପାଇଁ ରିଜର୍ଭ ବ୍ୟାଙ୍କର ବଡଘୋଷଣା:ବିନା ବନ୍ଧକରେ ୧.୬୦ ଲକ୍ଷ ଟଙ୍କା ଋଣ

ନୂଆଦିଲ୍ଲୀ,(ହଲଚଲ୍ ନ୍ୟୁଜ୍)-ଆଜି ରିଜର୍ଭ ବ୍ୟାଙ୍କ ବିନା ବନ୍ଧକରେ କୃଷକଙ୍କୁ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିିିଳିପାରିବ ବୋଲି ଘୋଷଣା କରିଛନ୍ତି। ୨୦୧୦ରେ ଏହି ସୀମା ଧାର୍ଯ୍ୟ କରାଯାଇଥିଲା । ମୁଦ୍ରାସ୍ପୀତି ସ୍ଥିତି ଓ କୃଷି ପାଇଁ ଆନୁଷଙ୍ଗିକ ବ୍ୟୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
କେବଳ ଏତିକି ନୁହେଁ, କୃଷି ଋଣ ସଂପର୍କରେ ଏକ ଅନୁକୂଳ ନୀତି ନିର୍ଦ୍ଧାରଣ ପାଇଁ ଏକ ଅନ୍ତରୀଣ ଓ୍ଵାର୍କିଂ ଗ୍ରୁପ ଗଠନ ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ଗତ କାମଚଳା ବଜେଟରେ କେନ୍ଦ୍ର ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କାର ନଗଦ ଅର୍ଥ ପ୍ରେରଣ ସଂପର୍କରେ ଘୋଷଣା କରିଥିଲେ। ଏହା ସହିତ ଆହୁରି ଅନେକ ପ୍ରକାରର ଯୋଜନା କୃଷକମାନଙ୍କ ପାଇଁ ଘୋଷଣା କରିଥିଲେ।