ଗଛକୁ ଧକ୍କା ଦେଇ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ

କୁତ୍ରା (ପ୍ରଶାନ୍ତ ସାହୁ / ହଲଚଲ୍ ନିଉଜ୍)-କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସମ୍ଭବତଃ ଗତ ରାତିରେ ଓଆର14ଡବ୍ଲୁ 3080 ବାଇକ ଯୋଗେ ପଞ୍ଚରା ପଟରୁ ଖତକୁରବାହଲ ଆଡକୁ ଯାଉଥିବା ଯୁବକ  ହରାଇ ଗଛକୁ ଧକ୍କା ଦେଇଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ଯୁବକ ଏବଂ ବାଇକ ରାସ୍ତା କଡରେ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ଶବ ଉଦ୍ଧାର କରି ରାଜଗାଙ୍ଗପୁର ସ୍ଥିତ ମର୍ଗ ହାଉସରେ ରଖିଛି। ଦିନ 12 ଟା ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ଜଣାପଡିନାହି। ପୁଲିସ ଘଟଣାର ତଦନ୍ତ କରୁଛି।