ଏଆଇସିସିକୁ ୧୦୦ ନେତାଙ୍କ ନାଁ ପଠାଇଲା ପିସିସି

ଭୁବନେଶ୍ୱର (ଆକାଶ ମିଶ୍ର)-କିଏ ହେବେ କଂଗ୍ରେସ ନିର୍ବାଚନ ପ୍ରଚାରର ମଙ୍ଗୁଆଳ? ସାରା ରାଜ୍ୟରୁ ପ୍ରାୟ ଶହେ ନେତାଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଇଛି ପିସିସି। କେବଳ ରାଜ୍ୟ ନୁହେଁ, ୨୦ଜଣ କେନ୍ଦ୍ରୀୟ ନେତାଙ୍କ ନାଁ ବି ରହିଛି ତାଲିକାରେ। ସେମାନେ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ, ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ୍, ଶଶି ଥରୁର, ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେ, ଗୁଲାମନବୀ ଆଜାଦ୍ ପ୍ରମୁଖ। ଏଆଇସିସି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାୟ ୭୦ରୁ ୮୦ଜଣଙ୍କ ନାଁ ବି ପଠାଯାଇଛି।

ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ୪ରୁ ୫ଜଣ ଲେଖାଏଁ ସ୍ଥାନୀୟ ନେତାଙ୍କ ନାଁ ସାମିଲ କରାଯାଇଛି। ରାହୁଲ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ନବଗଠିତ କଂଗ୍ରେସ ୱାର୍କିଂ କମିଟିର ପରିବର୍ଦ୍ଧିତ ବୈଠକ ଆସନ୍ତା ରବିବାର ନୂଆଦିଲ୍ଲୀରେ ବସିବ। ଏଥିରେ ସିଡବ୍ଲୁସି ସଦସ୍ୟଙ୍କ ସମେତ ସମସ୍ତ ପିସିସି ସଭାପତି, ବିଭିନ୍ନ ବିଧାନସଭାରେ ଥିବା କଂଗ୍ରେସ ନେତା, ଏଆଇସିସି ସମ୍ପାଦକ ଓ ଯୁଗ୍ମ ସମ୍ପାଦକମାନେ ଯୋଗଦେବେ। ୧୯ ନିର୍ବାଚନ ପାଇଁ ରଣନୀତି ସହ ସଂଗଠନକୁ ମଜଭୁତ କରିବାକୁ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି

Leave a Reply

Your email address will not be published. Required fields are marked *