କୃଷି କର୍ମଚାରୀ ଙ୍କ କଳାବ୍ୟାଚ୍ ପରିଧାନ

ବଙ୍ଗୋମୁଣ୍ଡା,୫ା୨(ହଲଚଲ୍ ନ୍ୟୁଜ୍):ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଆଜିଠାରୁ ଆନ୍ଦୋଲନ କରିବା ସହ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ୍ ଜଣାଇଛନ୍ତି । ୭ ଦିନ ର ଆନ୍ଦୋଲନ ରେ ସରକାର କୌଣସି ପ୍ରକାର ର ସମାଧାନ ନ କରନ୍ତି ତେବେ ୧୩ ତାରିଖ ରୁ ସମୂହ ଛୁଟିରେ ରହିବେ ବୋଲି ଚେତବାନୀ ଦେଇଛନ୍ତି । ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ ନାମ ପରିବର୍ତ୍ତନ କରାଯାଇ ପଂଚାୟତ ଏଗ୍ରିକଲଚର ଅଫିସର୍ କରିବା,ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷି ଓଭରସିଅର ଙ୍କୁ ସମାନୁପାତ ରେ ନିଯୁକ୍ତି ଦେବା ,ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷି ଓଭରସିଅର ଙ୍କ ପଦ କୁ ନେଇ ନୂଆ କ୍ୟାଡର ରୁଲ୍ କରିବା,ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବିଜ୍ଞାନ ପରିବର୍ତ୍ତେ ସ୍ନାତକ କରାଯିବା ଏବଂ ଶୀଘ୍ର ପଦୋନ୍ନତି ଦିଆଯିବା ପ୍ରମୁଖ ଦାବି କରିଛନ୍ତି । ଏହି କଳାବ୍ୟାଚ୍ ରେ ପରିଧାନ ରେ ତନୟା ସା,ଗୌତମ କୁମାର ମୁଣ୍ଡା,ବିଶିକେଶନ ସାହୁ,ସନ୍ନ୍ୟାସୀ ମେହେର,ଲିଲାବତୀ କଲସେର୍,ସନ୍ତୋଷ ଜାଲ,ଇନ୍ଦୁ ପୁଟେଲ ପ୍ରମୁଖ ସମେତ ଅନ୍ୟାନ୍ୟ କୃଷି କର୍ମଚାରୀ ମାନେ ସାମିଲ ହୋଇଛନ୍ତି ।