ସାହିତ୍ୟ କଳା ପରିଷଦ ପକ୍ଷରୁ ଶୋକ ସଭା

ବଙ୍ଗୋମୁଣ୍ଡା,୪/୨(ହଲଚଲ୍ ନ୍ୟୁଜ୍)-ବଲାଙ୍ଗିର ରେ କାର୍ଯ୍ୟରତ ସମାଜ ଖବରକାଗଜର କର୍ମଚାରୀ ପ୍ରତାପ ଚନ୍ଦ୍ର ମହାପାତ୍ର ଙ୍କୁ ଲୁଟ ଏବଂ ହତ୍ୟା ଘଟଣା କୁ ନିନ୍ଦା କରିବା ସହ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।ପୋଲିସ ପ୍ରଶାସନର ଦୂର୍ବଳତା ଯୋଗୁଁ ବଲାଙ୍ଗିର ଜିଲା ରେ ଆସାମାଜିକ କାର୍ଯ୍ୟ ସହ ଅପରାଧ ବଢିଚାଲିଛି ।ପୋଲିସ ଏଥି ପ୍ରତି ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିବା ସହ ଗଣମାଧ୍ୟମର କର୍ମଚାରୀ ଙ୍କ ହତ୍ୟା ଘଟଣା କୁ ଦୃଢ ନିନ୍ଦା କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।ଶୋକ ସଭାରେ ଅନୁଷ୍ଠାନର ସଭାପତି ଡଃ ନାରାୟଣ ମିଶ୍ର,ଉପସଭାପତି ସୁରେଶ ଭୋଇ,କନ୍ଧ ସମାଜ ସଭାପତି ଉଜ୍ୱଳ ସିଂ ଭୋଇ,ଉପଦେଷ୍ଟା ସତ୍ୟ ନାରାୟଣ ଭୋଇ,ଡମ୍ବରୁଧର କୁଅଁର,କିରାତ ମହାକୁର,କୋଶଳି କବି ଭକ୍ତବନ୍ଧୁ ସାହୁ,ବ୍ରଜ ଭୋଇ,ଅଶୋକ ନାରାୟଣ ଭୋଇ,ରାଧେଶ୍ୟାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।