କଂଗ୍ରେସ ମହାସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ପ୍ରିୟଙ୍କା !

ନୂଆ ଦିଲ୍ଲୀ : ନିକଟରେ ପ୍ରିୟଙ୍କା ଗାନ୍ଧି ରାଜନୀତିର ମଇଦାନକୁ ଓହ୍ଲାଇଥିଲେ । ତାଙ୍କୁ କଂଗ୍ରେସ ମହାସଚିବ ସହିତ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ବ ଦିଆଯାଇଛି।ସେ ବିଦେଶରୁ ଫେରି ଆଜି ବିଦ୍ଧିବଦ୍ଧ ଭାବେ କଂଗ୍ରେସ ମହାସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ କଂଗ୍ରେସ ମୁଖ୍ୟାଳୟରେ ତାଙ୍କ ନାମର ବୋର୍ଡ଼ ମଧ୍ୟ ଲଗାଯାଇଛି । ଦାୟିତ୍ୱଭାର ସମ୍ଭାଳିବା ପରେ ପରେ ଆଜି ପ୍ରିୟଙ୍କା ଏକ ରାଜନୈତିକ ବୈଠକରେ ଭାଗ ନେବେ । ସୂଚନା ମିଳିଛି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଛନ୍ତି । ପ୍ରିୟଙ୍କା ଙ୍କ ସାମିଲ୍ ଫଳରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବାକୁ ଆଶା ରଖିଛି।