ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ନେଇ ବାର ଘଣ୍ଟିଆ ବନ୍ଦ ପାଳନ।

ଟିଟିଲାଗଡ,(ହଲଚଲ୍ ନ୍ୟୁଜ୍)- ଟିଟିଲାଗଡ ସବ ଡିଭିଜନ କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ଗତ ନଭେମ୍ବର ମାସ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ମାନ ବନ୍ଦ ସହ ଧାରଣା ଦିଆ ଯାଇଛି। ଗତ ଦିର୍ଘ ବର୍ଷ ଧରି ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବି ହେଉଥିବା ବେଳେ ସରକାର ଏନ ଏ ସି କୁ ମ୍ୟୁୁନିସିପାଲଟି ଘୋଷଣା କରାଯାଇଛି। ହେଲେ ଜିଲ୍ଲା ମାନ୍ୟତା ପ୍ରଦାନ ଆଗାମୀ ଦିନରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।  ହେଲେ ଆଜିସୁଧା ସେ ନେଇ କୌଣସି ପ୍ରକାର ପଢ଼କ୍ଷେପ ନ ନେବା ଅଭିଯୋଗ କରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏପରିକି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରାଯାଇଛି। ଆଜି ସହର କୁ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ସମସ୍ତ ଦୋକାନ ବଜାର ଆଦି ବନ୍ଦ ଡାକରା ସହ ଯାନବାହାନ ମଧ୍ୟ ଚଳାଚଳ ବନ୍ଦ ରହିଛି। ତେବେ ଏ ଦାବି ପୂରଣ ନ ହେବାପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ଆନ୍ଦୋଳନ କୁ ଆଉ ତୀବ୍ର କରାଯିବ ବୋଲି କମିଟି ତରଫରୁ ପ୍ରକାଶ ପାଇଛି।