ଫାସ ରେ ପଡିଯାଇ ଚିତା ବାଘ ର ମୃତ୍ୟୁ, ନିୟମିତ ଚାଲିଛି ବାରହା ଶିକାର।

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ବଡ଼ମାଲ ଗୋଳବାରୁଦ କାରଖାନା ଏମ ଇ ଏସ ଗେଟ ରୁ ଚାରି ଶହ ମିଟର ଦୂର ଲାଗିରହିଥିବା କଲକୁଟ ଜଙ୍ଗଲ ରେ ଏକ ଚିତା ବାଘ ର ଫାସ ରେ ପଡି ମୃତ୍ୟୁ ଘଟିଛି। ପ୍ରକାଶ ଯେ ବାରହା ଶିକାର କରିବା କୁ କିଛି ବ୍ୟକ୍ତି ଜାଲ ବିଛାଇ ରଖିଥିଲେ। ଉକ୍ତ ଜାଲ ରେ ବାରହା ବଦଳରେ ଏକ ଚିତା ବାଘ ଯିବାବେଳେ ଫସିଯାଇଥିଲା ଓ ଉକ୍ତ ଜାଲରେ ଫସି ତାର ମୃତ୍ୟୁ ଘଟିଛି। ପୂର୍ବେ ବଲାଙ୍ଗୀର ବନ ବିଭାଗ ତରଫରୁ ଦୁଇ ଗୋଟି ଛୋଟ ବାଘ ଛଡା ଯାଇଥିବା ବେଳେ ଏବେ ବାଘ ସଂଖ୍ୟା ବୃଦ୍ଧି ପାଇବା ଜଣାଯାଇଥିଲେ ସୁଦ୍ଧା ଡି ଏଫ ଓ ଙ୍କ ନିକଟରେ କୌଣସି ସଠିକ ଖବର ନାହିଁ। ତେବେ ନିୟମିତ ଭାବେ ଏହି କାରଖାନା ଅଞ୍ଚଳରେ ବାଘ ବୁଲା ବୁଲି କରୁଥିବା ଜଣାଯାଇଛି। ପୂର୍ବେ ଏହିପରି ଦୁଇ ଗୋଟି ବାଘ ର ମୃତ୍ୟୁ ଘଟିଛି।ସେହିପରି ନିୟମିତ ଭାବେ ବାରହା ଶିକାର ହୋଇଆସୁଛି।