ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ : ଢ଼ୋଲ, ନିଶାନ, ତାସାରେ ଦୁଲକିଲା ମଞ୍ଚ

ଖପ୍ରାଖୋଲ (ପ୍ରକାଶ ଚନ୍ଦ୍ର ବେହେରା) ୪/୦୨/୧୯ – ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ୦୧/୦୧/୧୯୧୪ ମସିହାରେ ସ୍ଥାପିତ ଅଞ୍ଚଳର ସର୍ବପୁରାତନ ଭାବେ ପରିଚିତ ବିଦ୍ୟାଳୟରେ ହୋଇଥିବା ଉତ୍ସବରେ ପ୍ରଥମେ ବାଗଦେବୀଙ୍କୁ ପୁଷ୍ପ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିଭୁଷିନୀ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଗୋଷ୍ଠି ଉନ୍ନୟନ ଅଧିକାରୀ ତରଣୀ ସୁନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରବିଣ ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ ଭଇଁଷାଲ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାମର୍ଥ ଓ ମିନିକେତନ ବିରିହା, ସିଆରସିସି ସତ୍ୟବାନ ସାହୁ, ପରିଚାଳନା କମିଟୀର ସଭାନେତ୍ରୀ ଚନ୍ଦ୍ରକାନ୍ତି ମେହେର ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଟିଟିଲାଗଡରୁ ବରିଷ୍ଠ ଶିଶୁ ସାହିତ୍ୟକ ତଥା ଗବେଷକ ଡଃ ଯୁଗଳ କିଶୋର ଷଡଙ୍ଗୀ ଯୋଗଦେଇ ଶିକ୍ଷା ନାଗରିକମାନଙ୍କ ପାଇଁ ସୁଗମ ପଥ ଦେଖାଇଥାଏ । ପୂର୍ବରୁ ଯେଉଁ ପ୍ରକାର ଶିକ୍ଷାନିତୀ ପ୍ରଚଳିତ ହୋଇ ଶିକ୍ଷା ଦାନ କରାଯାଉଥିଲା ବର୍ତ୍ତମାନ ଶିକ୍ଷାନୀତି ସଂପୂର୍ଣ୍ଣ ପରିବର୍ତ୍ତନ ଏବଂ ଶିକ୍ଷା ପଦ୍ଧତି ମଧ୍ୟ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ମୁଖ୍ୟ ଅତିଥି ତାଙ୍କ ପିଲା ଦିନକୁ ଅନୁଭୁତି ବିଷୟରେ ବର୍ଣ୍ଣନା କରି ପୁରାତନ ବିଦ୍ୟାଳୟ ଆୟାଜନ କରିଥିବା ବାର୍ଷିକ ଉତ୍ସବ ଦେଖି ଆନନ୍ଦିତ ହୋଇ ଆୟୋଜନ କରିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ପରିଚାଳନା କମିଟୀଙ୍କୁ ଧନ୍ୟବାଦ ଦେଇ ବିଦ୍ୟାଳୟରେ ଲାଗି ରହିଥିବା ଶ୍ରେଣୀ ଗୃହ ପାଇଁ ଆର୍ଥୀକ ଅନୁଦାନ ଯୋଗାଇଦେବାର ବ୍ୟବସ୍ଥା କରିବି ବୋଲି ପ୍ରତିଶୃତି ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ ଭଇଁଷାଲ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରି ବିଦ୍ୟାଳୟରେ ଶିକ୍ଷକତା କରିଛି । ମୁଁ ଯେଉଁ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛି ସେମାନଙ୍କ ମଧ୍ୟରୁ କେତେ ଛାତ୍ରଛାତ୍ରୀ ଉଚ୍ଚ ପଦବୀ ରେ କାର୍ଯ୍ୟରତ । ସେମାନେ ମୋ ପ୍ରତି ଯେଉଁ ସ୍ନେହ, ଶ୍ରଦ୍ଧା, ସହାନୁଭୁତି ପ୍ରଦର୍ଶନ କରୁଛନ୍ତି ସେଥିପାଇଁ ମୁଁ ଗର୍ବିତ । ୧୯୫୦ ମସିହାରେ ଏହି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ର ହରିହର ପଣ୍ଡା, ହରେକୃଷ୍ଣ ଭଇଁଷାଲ, ରଞ୍ଜିତ ଭଇଁଷାଲ, ରାଜକିଶୋର ଭୋଇ, ଗୌରାଙ୍ଗ ସୁନା, ଲକ୍ଷିଚନ୍ଦ ଅଗ୍ରୱାଲ, ସୁକ୍ରୁ ମେହେରଙ୍କୁ ସମ୍ବଦ୍ଧନା କରାଯାଇଥିଲା । ତା ସହିତ କଳାକାର ଆତ୍ତତ୍ରାଣ ସୁନାନୀ, ଉମେଶ ସିନ୍ଦୁର ଏବଂ ଶିଶୁ କଳାକାର ମନିଷଙ୍କୁ ମଧ୍ୟ ସମ୍ବଦ୍ଧିତ ହୋଇଥିଲେ । ବିଦ୍ୟାଳୟରେ ଲାଗି ରହିଥିବା ପାନିୟ ଜଳ ସମସ୍ୟାକୁ ଶିକ୍ଷକ ମହାଦେବ ନାଗ ସ୍ୱେଇଚ୍ଛାରେ ଆର୍ଥକ ସହାୟତା ପ୍ରଦାନ କରି ପାନୀୟ ଜଳ ସମସ୍ୟା ଦୁର କରିଥିବା ହେତୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପରେ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଢ଼ୋଲ, ନିଶାନ, ତାସାର ତାଳେ ତାଳେ ଛାତ୍ର ଛାତ୍ରୀଙ୍କ ନାଚ ଉପସ୍ଥିତ ଦର୍ଶକଙ୍କ ମନ ଜିଣିନେଇଥିଲା । ଏହି ଉତ୍ସବରେ ପରିଚୟ ପ୍ରଦାନ ତଥା କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷକ କାହ୍ନା ମେହେର କରିଥିବା ବେଳେ ଶେଷରେ ଶିକ୍ଷକ ଅରୁଣ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ଶିକ୍ଷକ ଏବଂ ପରିଚାଳନା କମିଟୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।