୫୫୦ କିଷାନ ଜାତି ସମାଜ ଜାମଡ଼ିହି ଗୁଡିର ବାର୍ଷିକ ମହୋତ୍ସବ ଉରାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)-ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଉରାଗଡ଼ ଠାରେ ୫୫୦ କିଷାନ ଜାତି ସମାଜ ଜାମଡ଼ିହି ଗୁଡିର ବାର୍ଷିକ ଉତ୍ସବ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଛତ୍ରଲାଲ କିଷାନ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦଘାଟନି ଉତ୍ସବ ଦିନ ଝାରସୁଗୁଡା ପୂର୍ବତନ ବିଧାୟକ ନବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଯାପନି ଉତ୍ସବରେ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାତଲଇଡା ମହାଗୁଡି ସଭାପତି ବ୍ରଜମୋହନ କିଷାନ ଓ ସମ୍ପାଦକ ସନ୍ତୋଷ କିଷାନ ସମାନ୍ନିତ ଅତିଥି ଭାବରେ ଯୋଗ ଦେଇଥିଲେ ।  ଗଣେଶ୍ୱର ବାଗ ସଭାକୁ ପରିଚାଳନା କରିଥିଲେ । ୫୫୦ କିଷାନ ଜାତି ସମାଜ ଜାମଡ଼ିହି ଗୁଡିର ବାର୍ଷିକ ଉତ୍ସବରେ ସମ୍ପାଦକ ସନ୍ତୋଷ କିଷାନ, ଜାମଡ଼ିହି ଗୁଡିର ସଭାପତି ଗଣ୍ଡାରାମ କିଷାନ, ଉପସଭାପତି ଲବଣୀଧର କିଷାନ, ସମ୍ପାଦକ ଜନ୍ମାଜୟ କିଷାନ ଓ ରବି କିଷାନ, କୋଷାଧ୍ୟକ୍ଷ ଅର୍ଜୁନ କିଷାନ ଗୋବର୍ଦ୍ଧନ କିଷାନ ଉପସ୍ଥିତ ରହିଥିଲେ । ସେହିପରି ଝାରସୁଗୁଡା, ବାମରା ଓ କୁଚିଣ୍ଡାର ବିଭିନ୍ନ ଆଞ୍ଚଳିକ ଗୁଡିର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ । ମଣିସୁନ୍ଦର ପ୍ରଧାନ, ମଧୁ କିଷାନ, ନବ କିଷାନ, ଦୀନବନ୍ଧୁ କିଷାନ ଓ ମିତ୍ରଭାନୁ ଙ୍କସହ ଉରାଗଡ଼ ଏବଂ ସାଲହେଟିକ୍ରା ଗ୍ରାମର ସଦସ୍ୟ ମାନେ ବିଶେଷ ସହଯୋଗ କରିଥିଲେ ।