କୁଖ୍ୟାତ ଅପରାଧୀ କ୍ରିଷ୍ଣା କୁ ଏନକାଉଣ୍ଟର !

ବଲାଙ୍ଗୀର: କୁଖ୍ୟାତ ଅପରାଧୀ କ୍ରିଷ୍ଣା କୁ ଆଜି ତୁଷରା ଛକ ନିକଟରେ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି। ପୁଲିସକୁ ଦେଖି କ୍ରିଷ୍ଣା ଫେରାର ହେବା ଉଦ୍ୟମ କରିଥିଲା। ଆଗ କ୍ରିଷ୍ଣ୍। ପୁଲିସ ଉପରକୁ ଗୁଳି କରିଥିଲା। ଏହା ପରେ ପୁଲିସ ଏହାର କଡ଼ା ଜବାବ ଦେଇଥିଲା। ଗୋଡ଼ରେ ଗୁଳି ଲାଗିବା ପରେ କ୍ରିଷ୍ଣା ଆହତ ହୋଇ ତଳେ ପଡ଼ିଯାଇଥିଲା। ତାକୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ରିଷ୍ଣା ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଛି। ବିଭିନ୍ନ ବ୍ୟାଙ୍କ ଲୁଟ୍‌ ଘଟଣାରେ କ୍ରିଷ୍ଣା ଜଡ଼ିତ ଥବା ପୁଲିସ ସୂଚନା ଦେଇଛି।