ୱେଷ୍ଟପ୍ୟାକ୍ ଷ୍ଟାଡିୟମ୍ ରେ ଦିନିକିଆ ସିରିଜ୍ ର ଅନ୍ତିମ ମ୍ୟାଚ୍ ଖେଳିବ ଆଜି ଭାରତ

ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମ୍ ଆଜି ସେଠାରେ ଘରୋଇ ଦଳ ବିପକ୍ଷରେ ୱେଲିଂଟନ୍ ର ୱେଷ୍ଟପ୍ୟାକ୍ ଷ୍ଟାଡିୟମ୍ ରେ ଦିନିକିଆ ସିରିଜ୍ ର ଅନ୍ତିମ ମ୍ୟାଚ୍ ଖେଳିବ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ରେ ଭାରତ ଏବେ ୪-୧ରେ ଆଗୁଆ ଅଛି । ପ୍ରଥମ ୩ଟି ମ୍ୟାଚ୍ ଭାରତ ଜିତିଥିଲେ ମଧ୍ୟ ଚତୁର୍ଥ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ଭାରତୀୟ ଟିମ୍ କୁ ପରାଜିତ କରିଥିଲା । ତେଣୁ ପଞ୍ଚମ ମ୍ୟାଚ୍ ଜିତିବା ପାଇଁ ଉଭୟ ଟିମ୍ ଜୋରଦାର ଉଦ୍ୟମ କରିବେ ।