ଗୋଳାବାରୁଦ କାରଖାନା ,ଅଫିସର ଙ୍କ ଦୁର୍ନୀତି ଚରମ ସୀମାରେ

ଟିଟିଲାଗ:,ଭାରତ  ସରକାର ଙ୍କ ପ୍ରତିରକ୍ଷା  ବିଭାଗ ଅଧୀନ ରେ ଥିବା ଓଡିଶା ର ଆଦିବାସୀ ଅଧୁସିତ ବଲାଙ୍ଗୀର ଜିଲ୍ଲା ବଡ଼ମାଳ  ଗୋଳାବାରୁଦ  କାରଖାନା ରେ ଦୁର୍ନୀତି ଚରମସୀମାରେ  ପହଂଚିଥିବା  ସତ୍ୱେ କେନ୍ଦ୍ରସରକାର  କୌଣସି ପ୍ରକlରପଦକ୍ଷେପ  ନ ନେଉଥିବାରୁ  ଏହି ଗୋଳାବାରୁଦ କାରଖାନା ରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ  ଅଫିସର  ବିନା ଭୟ ରେ କୋଟ,କୋଟି ଟଙ୍କା କେଶ  ପରଚେଜ  ଓ ଏଲ.ପି.ସି  ପରଚେଜ କରି କେନ୍ଦ୍ର ସରକାର ଓ ଓଡିଶା ସରକାର ଙ୍କ ସେଲ  ଟ୍ୟାକ୍ସ  ଓ ଭ୍ୟlଟ ଟ୍ୟାକ୍ସ ,ତଥା ଜି.ଏସ.ଟି ଆଦି ରେ ଲକ୍ଷ ଲକ୍ଷ ଟଙ୍କl  ହରlଇଆସୁଛନ୍ତି  l  ଏହି ଦୁର୍ନୀତି ଗ୍ରସ୍ତ ଅଫିସର  ମାନେ ରାୟପୁର  ଛତିଶଗଡ଼  ଏବଂ କଲିକତା ରୁ କମ ମୂଲ୍ୟରେ  ଆଣି ଅତ୍ୟଧିକ  ଚଢାଦରରେ  ନିଜ ପରିଚିତ  ଆତ୍ମୀୟ ବନ୍ଧୁମାନଙ୍କ ଜରରେ ଏ ସବୁ ସାମଗ୍ରୀ ଯୋଗାଇ  ଥାନ୍ତି l  ଯଦ୍ୱାରା ଓଡିଶା ସରକାରଙ୍କ ସମସ୍ତ ଟିକସ  ଟଙ୍କl କ୍ଷତି ହୋଇଥାଏ ଓ ଅଫିସର ମାନେ ମlଲା ମାଲ  ହୋଇ ଆସୁଛନ୍ତି l  ଏଠାରେ ଲେବର  ୱର୍କ୍ସ ମଧ୍ୟ କ୍ୟାସ  ପରଚେସ  ଓ ଏଲ ପି ସି  ପରଚେସ ଅରଡର ରେ ବିଭିନ୍ନ କାମ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ  କରାଯାଉଥିବା ଉଚ୍ଚ ଅଧିକାରି ଜାଣି ବି ନିରବଦ୍ରଷ୍ଟା l ଶ୍ରମିକଙ୍କ  ଜାଲ ନାମ  ଜାଲ କାଗଜପତ୍ର  କରି ଚାଲିଛନ୍ତି l  ଜଣେ ଅଧୀକାରୀ ନିଜ ନାମ ଗୋପନ  ରଖି ସୂଚନା ଦେଇଛନ୍ତି ଯେ ଏହି କ୍ୟାସ ପର ଚେଜ  ଅତ୍ୟନ୍ତ  ଜରୁରୀ  କାଳୀନ  ସ୍ତିତି ରେ କରାଯିବl ଉଚିତ l  ଏହି ନିୟମ  ର ଖୋଲା ଖୋଲି ଉଲ୍ଲଙ୍ଘନ ନେଇ ସି .ବି.ଆଈ,ଓ ସି.ଏ.ଜି ତଦନ୍ତ ଆବଶ୍ୟକ l ବିଗତ ଦିନରେ ଗୋଳାବାରୁଦ କାରଖାନା ରେ ଦୁଈ ସହ କେଜି  ର ପିତଳ  ଷ୍ଟ୍ରିପ  ଓ ଚାରି  କୁଣ୍ଟାଲ ତମ୍ବା ଷ୍ଟ୍ରିପ ତ୍ରିସ୍ତରୀୟ  ସୁରକ୍ଷା ବଳୟ  ରୁ କାଠ ବକ୍ସ  ଗୁଡିକ ରେ ଡେଂଜର ବିଲଡିଂ  ନ  ୨ଶହ ବାର ରୁ ଚୋରି  ହେବା ସଇଁତଳା ଥାନା କେଶ  ନ ଏକଚାଲିସ ଅନୁଯାଇ ରୁଜୁ  ହୋଇଛି l  ହେଲେ ଆଜି ସୁଦ୍ଧା ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ  l  ଗୋଳାବାରୁଦ କାରଖାନା ର ଜଣେ ବଣିଆ  ଉଚ ଅଧିକାରୀ ଙ୍କ ହାତ ଥିବା ଚର୍ଚା ହେଉଛି l  ସେପରି  ଦୁଈ ହଜାର ପନ୍ଦର ଏପ୍ରିଲ ତିରିଶ ତାରିଖ  ରେ ଭୟାବହ  ଅଗ୍ନିକାଣ୍ଡ  ଓ ଏପ୍ରିଲ ପଚିଶ ତାରିଖ ଦୁଈ ହଜାର ଷୋହଳ ରେ ୟୁନିଟ  ପନ୍ଦର ସ୍ତିତ ରୁଷିଆ  ରୁ ଆସିଥିବା କେମିକାଲ  ଗୋଦାମ  ରେ ନିଆଁ ଲାଗି ପ୍ରତିରକ୍ଷାବିଭାଗ  ର କୋଟି କୋଟି ଟଙ୍କା କ୍ଷତି ହୋଇଥିଲେ  ମଧ୍ୟ ଏଠାକାର କୌଣସି ଉଚ ଅଧିକାରୀ ଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଅବା ତଦନ୍ତ ହୋଇନି  l ଏ ନେଇ ଚର୍ଚା ହେଉଛି l ଏଥିପ୍ରତି  ପ୍ରତିରକ୍ଷା ବିଭାଗ ,ମନ୍ତ୍ରୀ ଓ ଗୃହମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି l

Leave a Reply

Your email address will not be published. Required fields are marked *