ବିଷପାନ କରିଥିବା ଯୁବକ ଭୁଲ ଔଷଧ ପ୍ରକ୍ରିୟା ଯୋଗୁଁ ଗୁରୁତର ହେବା ନେଇ ଉତେଜନା,ନର୍ସିଂ ସିଷ୍ଟର ଙ୍କ ଦୌରାତ୍ମ।

ଟିଟିଲାଗଡ,  ସିଂଧେକେଲା ଥାନା ଅନ୍ତର୍ଗତ ଝରିଆଲ ଗ୍ରାମ ର ଜଣେ ଯୁବକ ବିଷପାନ କରି ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତର ଖାନା କୁ ଆସିଥିବା ବେଳେ କାର୍ଯ୍ୟରତ ଜଣେ ମହିଳା ନର୍ସ ତୃଟି ଯୁକ୍ତ ସାଲାଇନ ଦେବା ନେଇ ଉତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ ବବଲୁ ନାଗ(୧୮) ନାମକ ଜଣେ ଯୁବକ କୌଣସି କାରଣ ରୁ ଚାଷ ରେ ବ୍ୟବହୃତ ଏକ ସାର ବୋତଲ ପିଇ ଦେଇଥିବା ଜାଣି ପରିବାର ଲୋକେ ସିଂଧେକେଲା ସରକାରୀ ଡାକ୍ତରଖାନା କୁ ନେଇ ସେଠୁ ଆମ୍ବୁଲାନ୍ସ ଯୋଗେ ଅବସ୍ଥା ଗୁରୁତର ଥିବାରୁ ଟିଟିଲାଗଡ କୁ ଆଣି ଥିଲେ। ଡାକ୍ତର ଙ୍କ ଲେଖା ଅନୁଯାୟୀ ଜଣେ କାର୍ଯ୍ୟରତ ମହିଳା ନର୍ସ ଭୁଲ ପ୍ରକ୍ରିୟା ରେ ସଲାଇନ,ଇଂଜେକସନ ଦେଇ ଦେଇଥିଲେ ଫଳରେ ଯୁବକ ସଙ୍କଟାପନ୍ନ ଅବସ୍ଥା କୁ ଚାଲିଯାଇଥିଲେ। ପରେ ଔଷଧ ବିଶେଷଜ୍ଞ ପହଁଚି ଅନ୍ୟ କେତେକ ପ୍ରକାର ଇଂଜେକସନ ଦେଇ ଥିଲେ ସୁଦ୍ଧା ଯୁବକ ଗୁରୁତର ରହିଛି। ଏ ନେଇ ସମ୍ପର୍କୀୟ କହିବା ରୁ ଡାକ୍ତର ଙ୍କୁ କାହିଁକି କହିଲ କହି ଯୁକ୍ତି କରି ସମ୍ପର୍କୀୟ ଭାଇ ଙ୍କ ହାତରୁ ମୋବାଇଲ ଛଡେଇ ଭାଙ୍ଗି ଦେଇଥିଲେ। ଏ ନେଇ ଡାକ୍ତର ଖାନା ରେ ଭିଡ ସହ ଉତେଜନା ପ୍ରକାଶ ପାଇଥିଲା । ଉକ୍ତ ଯୁବକ ଙ୍କୁ ଅବସ୍ଥା ରେ ସୁଧାର ନ ଆସିଲେ ବୁର୍ଲା ନିଆଯିବ ବୋଲି ଜଣାଯାଇଛି। ତେବେ ଏହି ଡାକ୍ତର ଖାନା ରେ ବିଭିନ୍ନ ବିଭାଗର ଡାକ୍ତର ପଦବୀ ଓ କର୍ମଚାରୀ ପଦବୀ ମାନ ଖାଲି ରହିବା ଓ  କେତେକ ନର୍ସ ଙ୍କ ମନମୁଖୀ କାର୍ଯ୍ୟକଳାପ ଦୁବ୍ୟବହାର ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦୃଢ ଦାବି ହେଉଛି।