ସର୍ବଭାରତୀୟ ଟି-୨୦ କ୍ରିକେଟ ଟୁୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।

ଟିଟିଲାଗଡ଼,(ସନ୍ତୋଷ ନାୟକ)-ସଇଁତଳା ବ୍ଲକ ବଡମାଳ ମଦର ଟେରେସା ଖେଳ ପଡିଆ ଠାରେ ଫପସୀ ଭଦ୍ରା,ବଡମାଳ,ନାରିକଟା,ସମଚୁଆ ଓ ଫପସୀର ମିଳିତଆନୁକୁଲ୍ୟ ରେ ସର୍ବ ଭାରତୀୟ ଟି-୨୦ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି | ଏଥିରେ ରାଜ୍ୟ ତଥା ରାଜ୍ୟ ବାହାର ୧୬ ଟିଦଳ ଅଂଶ ଗ୍ରହଣ କରୁଛନ୍ତି | ଆୟୋଜକ କମିଟି ସଭାପତି ଗାର୍ଗବ ବଗର୍ତି (ପଞ୍ଚା )ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ସଭାରେ ଗଣ୍ଡପତ୍ରାପାଲି ସରପଞ୍ଚ ସମୁଖି ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନି କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଉଦଘାଟନି ମ୍ୟାଚ ଖରିଆର ଓ ବଡମାଳ କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ଖରିଆର ଦଳ ବ୍ୟାଟ କରି ନିର୍ଦ୍ଧାରିତ ୧୬ ଅଭରରେ ୯ ୱିକେଟ ହରାଇ ୯୬ ରନ ସଂଗ୍ରହ କରିଥିବା ବେଲେ ବଡମାଳ ଦଳ ୧୩ ଓଭରରେ ୬ ୱିକେଟ ହରାଇ ୯୭ ରନ ସଂଗ୍ରହ କରି ବିଜୟ ଘୋଷିତ ହୋଇଥିଲା | ଖେଳରେ ପ୍ରଶାନ୍ତ ବେହେରା ମ୍ୟାନ ଓଫ ଦି ମ୍ୟାଚ ଘୋଷିତ ହୋଇଥିଲେ | ସୁରେନ୍ଦ୍ର ମହାନନ୍ଦ ଓ ପବିତ୍ର ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ରୋହିତ ମହାନନ୍ଦ ଓ ଦୀପକ
ନାଗ ଧାରା ବିବରଣୀ ପ୍ରଦାନ କରିଥିଲେ | ଅଜୟ କୁମାର ଭୋଇ , ପିଣ୍ଟୁ ଭୋଇ ସ୍କୋର କାର୍ଯ୍ୟ ତୁଲାଇ ଥିଲେ | ଅନ୍ୟ ମାନଙ୍କମଧ୍ୟରେ ଗଣେଶ ମଳହୋତ୍ରା,ଶଙ୍କର ହରପାଳ,ଘନଶ୍ୟାମ ଜେନା ,ରାଜେନ୍ଦ୍ର ଖରସେଲ,ଲମ୍ବୋଦର ଭୋଇ , ଦୁୟୋଧନ ଭୋଇ ନିରଞ୍ଜନ କୁମ୍ଭାର , ବିରବର ସୁନା ,ମହେନ୍ଦ୍ର ଭୋଇ , ହେମନ୍ତ ମିର୍ଧା,ମହେଶ ମହାନନ୍ଦ,ଆଗସ୍ତି ମହାନନ୍ଦ, କୀର୍ତି ମାଝି ,ଅଭିଜିତ ସିଂହ ବାବୁ, ପରେଶ ବାଗ,ରାଜୀବ ଭୋଇ , ଧୁବଲେ ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନରେ ସହଯୋଗ କରିଥିଲେ |