“ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ୧୨୧୨ ୟୁନିଟ୍‍ ରକ୍ତ ସଂଗୃହୀତ

ଭୁବନେଶ୍ୱର,(ହଲଚଲ୍ ନ୍ୟୁଜ୍): ଜୀବନ ବିନ୍ଦୁ ଅଭିଯାନରେ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଏବଂ କଟକ ମହାନଦୀ ବିହାରସ୍ଥିତ ସେଲିବ୍ରେସନ୍‍ ମଣ୍ଡପରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଦୁଇଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଛାତ୍ର ବିଜେଡି ରାଜ୍ୟ ସଂପାଦକ ଭବାନୀ ଶଙ୍କର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦୁଇଟି ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ୩୧୯ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିଲା । ସେହିଭଳି ଭଦ୍ରକରେ ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୮୯୩ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିଲା । ଆଜି ଦିନରେ ମୋଟ ୧୨୧୨ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଛି । କଟକ ମହାନଦୀ ବିହାରସ୍ଥିତ ସେଲିବ୍ରେସନ୍‍ ମଣ୍ଡପ ଠାରେ ଅନୁଷ୍ଠିତ ଶିବିରକୁ ଚୌଦ୍ୱାର-କଟକ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‍ଘାଟନ କରିଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରକୁ ମନ୍ତ୍ରୀ ଶ୍ରୀ ଚନ୍ଦ୍ରସାରଥୀ ବେହେରା ଓ ଛାତ୍ର ବିଜେଡି ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ଉଦ୍‍ଘାଟନ କରିଥିଲେ ।
ଆଜିର ଏହି ଦୁଇଟି ରକ୍ତଦାନ ଶିବିରରେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ତଥା ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ (ପ୍ରୋଗ୍ରାମ ଓ ମିଡିଆ) ବିଜୟ ନାୟକ, କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ, ଆର୍ତ୍ତରଞ୍ଜନ ବିଶ୍ୱାଳ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ସ୍ମୃତିରଞ୍ଜନ ନାୟକ, ଅଭିଷେକ ବଳ, ସୌମ୍ୟ ରଞ୍ଜନ ମିଶ୍ର, ବିକ୍ରମ ରଣଜିତ୍‍ ପଟ୍ଟନାୟକ, ଅଭିନାଶ ନାୟକ, ଅଂଶୁମାନ ଖଣ୍ଡେଇ, ବଣ୍ଟି ରାଉତ, ସୌର୍ଯ୍ୟ ପରିଡ଼ା, ସୟଦ କେଶରଉଦ୍ଦିନ୍‍, ରାହୁଲ ସାମଲ, ସ୍ଥିତପ୍ରଜ୍ଞ ଦାସ, ଚିନ୍ମୟ ଦାସ, ଜିନାଶିଷ ସ, ଏଲିନା ପୁହାଣ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।