ଆଜି ଆସୁଛନ୍ତି ରାହୁଲ:ପ୍ରତିଶୃତି ଶୁଣିବା ପାଇଁ ଓଡିଶାବାସୀ ଅପେକ୍ଷାରତ !

ଭୁବନେଶ୍ବର:ଆଜି ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳ ୧୦ଟା ୪୫ରେ ଭିସ୍ତାରା ବିମାନ ଯୋଗେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ସେ ସିଧା ମେ ଫେୟାର କନ୍‌ଭେନସନରେ ଏକ କାର୍ଯ୍ୟକ୍ରମରେ ଯୋଗଦେେବ। ଅପରାହ୍ନ ୨ଟା ୫ରେ ତମାଣ୍ଡୋ ପଡିଆରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବେ। ଏହି ସମାବେଶ ପରେ କଂଗ୍ରେସ ଭବନରେ ଦଳୀୟ କର୍ମକର୍ତା, ବିଏସଏନଏଲ, ହାଲ୍ କର୍ମଚାରୀଙ୍କ ସହିତ ତାଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟା ୩୫ରେ ଇଣ୍ଡିଗୋ ବିମାନ ଯୋଗେ ସେ ନୂଆଦିଲ୍ଲୀ ଫେରିଯିବେ।

ତେବେ ରାହୁଲଙ୍କ ଏହି ଗସ୍ତ କଂଗ୍ରେସ ମହଳରେ ବେଶ୍ ଉତ୍ସୁକତା ସୃଷ୍ଟି କରିତିବା ବେଳେ ବିଜେଡି ଓ ବିଜେପି ପାଇଁ ନିଶ୍ଚିତ ଅଡୁଆ ଆଣିବ। ହେଲେ ରାହୁଲ ଆଜି ଓଡିଶା ପାଇଁ କି ପ୍ରତିଶୃତି ଘୋଷଣା କରୁଛନ୍ତି, ତାହା ଦେଖିବା ପାଇଁ ଓଡିଶା ବାସୀ ଅପେକ୍ଷାରତ। ଅପରପକ୍ଷରେ ଆସନ୍ତା ଫେବୃଆରୀରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସୁଥିବା ଦଳୀୟ ସୂତ୍ରରୁ ଆଭାସ ମିଳିଥିବା ବେଳେ ୨୦୧୯ ରେ ରାଜ୍ୟରେ କଂଗ୍ରେସ ବି ଭଳ ପ୍ରଦର୍ଶନ କରି ବିରୋଧିଙ୍କୁ କଡା ଟକ୍କର ଦେବାର ସମ୍ଭାବନା ରହିଛି।