ସିନେମାପାଇଁ ଫୁରସତ୍‌ ନାହିଁ ,ଆଉ ରାଜନିତୀ କେତେବେଳେ:କରୀନା କପୁର

୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରେ ଅଂଶ ଗ୍ରହଣ କରିବା ନେଇ ଗୋଟିଏ ପରେ ଗୋଟିଏ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି। ଜାନୁଆରୀ ୨୧ ତାରିଖରେ ନବାବ ପରିବାରର ବୋହୂ ତଥା ବଲିଉଡ୍‌ ସୁପରଷ୍ଟାର କରୀନା କପୁର ଖାନଙ୍କ ନାମ ଶୁଣିବାକୁ ମିଳିଥିଲା। ସେ କଂଗ୍ରେସ ପକ୍ଷରୁ ଭୋପାଳରୁ ନିର୍ବାଚନ ଲଢ଼ିବେ ସୂଚନା ମିଳିଥିଲା। କରୀନା କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।ସେ କହିଛନ୍ତି ଯେ ତାଙ୍କୁ ସିନେମାପାଇଁ ଫୁରସତ୍‌ ନାହିଁ କେତେବେଳେ ରାଜନୀତି କରିବେ। ସବୁଠାରୁ ବଡ଼ କଥା ହେଲା ତାଙ୍କୁ କୌଣସି ପାର୍ଟି ପକ୍ଷରୁ ଏଯାଏଁ ପ୍ରସ୍ତାବ ବି ମିଳି ନାହିଁ । ତାଙ୍କର ରାଜନୀତିରେ ଆଗ୍ରହ ନାହିଁ।ସୂଚନାଯୋଗ୍ୟ,ଭୋପାଳରେ ଯୁବ ଭୋଟର ଅଧିକ ଥିବାରୁ କରୀନା ନିର୍ବାଚନ ଳଢ଼ିଲେ ନିଶ୍ଚୟ ବହୁମତ ହାସଲ କରିବେ ବୋଲି କଂଗ୍ରେସର ନେତାମାନେ ତାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ।