‘ଟୋଟାଲ୍ ଧମାଲ୍’ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍‌

ମୁମ୍ବାଇ: ବଲିଉଡ୍ ମୁଭି ‘ଟୋଟାଲ୍ ଧମାଲ୍’ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍‌ ହୋଇଛି। ଫିଲ୍ମରେ ନବେ ଦଶକର ହିଟ୍‌ ଯୋଡ଼ିଙ୍କୁ ରିପିଟ୍‌ କରିବେ ନିର୍ଦ୍ଦେଶକ ଇନ୍ଦ୍ର କୁମାର୍‌। ଅନିଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ଏଥିରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଟ୍ରେଲର୍‌ରେ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

କମେଡ଼ି ଡ୍ରାମାକୁ ନେଇ ଏହି ଫିଲ୍ମ ନିର୍ମାଣ ହେଉଛି। ଅଫିସିଆଲ୍‌ ଟ୍ରେଲର୍‌ ରିଲିଜ୍‌ ହେବାର ମାତ୍ର ୨୪ ଘଣ୍ଟା ଭିତରେ ଏହାକୁ ୧୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି।