ଝାରସୁଗୁଡା କଂଗ୍ରେସ ପାଇଁ ନୂଆଁ ସମୀକରଣ:ବୀରେନ୍ ସହ ଆଲୋଚନା କଲେ ନିରଞ୍ଜନ

ଝାରସୁଗୁଡ଼ା,(ହଲଚଲ୍ ନ୍ୟୁଜ୍)- କଂଗ୍ରେସ ପଦରୁ ନବ ଦାସ ଇସ୍ତଫା ଦେବା ପରେ ଝାରସୁଗୁଡା ଜିଲ୍ଲାରେ କଂଗ୍ରେସ ର ମଙ୍ଗ ଏବେ କିଏ ଧରିବ, ସେଥି ନେଇ ଦଳ ପକ୍ଷରୁ ହରଣ ଗୁଣନ ଆରମ୍ଭ ହୋଇଯାଇଛି। ରାଜ୍ୟର ଏକମାତ୍ର ଜିଲ୍ଲା ଝାରସୁଗୁଡ଼ଆରେ ଦଳର ଦବ୍ ଦବା ରଜାୟ ରଖିବା ପାଇଁ କଂଗ୍ରେସ ରଣନିତୀ ପ୍ରସ୍ତୁତି ଆରମ୍ଭ କରିଛି।ପୂର୍ବତନ ମୁଖ୍ୟମନ୍ତ୍ରୀ।ହେମାନନ୍ଦ ବିଶ୍ବାଳ ଏବେ ଜିଲ୍ଲା କଂଗ୍ରେସ ନେଇ ଗୁରୁତ୍ବ ଦେଇଥିବା ଶୁଣାଯାଉଥିବା ବେଳେ ଝାରସୁଗୁଡା ର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କୁ ରାଜନିତୀରେ ପୁଣି ସକ୍ରିୟ କରି ତାଙ୍କର ସେକେଣ୍ଡ ଇନିଂସ ଷ୍ଟାର୍ଟ କରିବାକୁ ଦଳ କୁଆଡେ ପରାମର୍ଶ ଦେଇଥିବା ଶୁଣାଯାଏ। ଅପରପକ୍ଷେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ଏବେ ଜିଲ୍ଲା କଂଗ୍ରେସ ର ରିମୋଟ୍ ଧରିବାକୁ କୁଆଡେ ତୟାର ଥିବା ବେଳେ ତାଙ୍କୁ ହେମାନନ୍ଦ ଓ ବୀରେନ୍ଦ୍ର ସହଯୋଗ କରିବେ ବୋଲି କୁହାଯାଉଛି। ତେଣୁ ବୀରେନ୍ଦ୍ରଙ୍କୁ ନିରଞ୍ଜନ ଡ଼କାଇ ଏସଂକ୍ରାନ୍ତୀୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିବା କୁହାଯାଉଛି।