ମେଲବୋର୍ଣ୍ଣ ଦିନିକିଆ, ଅଷ୍ଟ୍ରେଲିଆକୁ ହରାଇ ସିରୀଜ୍ ହତେଇଲା ଭାରତ

ମେଲବୋର୍ଣ୍ଣ, ୧୮।୧: ଅଷ୍ଟ୍ରେଲିଆ – ଭାରତ ଦିନିକିଆ ଶିରିଜ୍ ର ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ କ୍ରିକେଟ ଟିମ୍। ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ବିରାଟ କୋହଲୀଙ୍କ ନେତୃତ୍ଵାଧୀନ ଭାରତୀୟ ଟିମ୍ ମ୍ୟାଚ୍ ଜିତିବା ସହ ଶୀରିଜ୍ ମଧ୍ୟ ହାତେଇ ଇତିହାସ ରଚି ରେକର୍ଡ ସୃଷ୍ଟି କରିଛି। ମେଲବୋର୍ଣ୍ଣ ଦିନିକିଆ ବିଜୟ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ଟିମ୍ ର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଏବଂ ଷ୍ଟାର୍ ବ୍ୟାଟ୍ସମ୍ୟାନ କେଦାର ଯାଦବ। ଧୋନି ଆକର୍ଷଣୀୟ ୮୭ ରନ୍ ର ଏନିଂସ୍ ଖେଳିଥିବା ବେଳେ କେଦାର ଯାଦବ ୬୧ ରନ୍ କରି ଥିଲେ।