କେନ୍ଦୁଝର:ହରିଚନ୍ଦନପୁରରେ ‘ପିଠା’ କାର୍ଯ୍ୟକ୍ରମ

ହରିଚନ୍ଦନପୁର,୧୭/୦୧(ହଲଚଲ ନ୍ୟୁଜ/ପରେଶ କୁମାର ସେଠୀ ) ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଚାଂଇବା ଉଦ୍ଧେଶ୍ୟରେ ହରିଚନ୍ଦନପୁର ପଂଚାୟତରେ ପିଠା କାର୍ଯ୍ୟକ୍ରମଟି ଖୁବ ଧୁମଧାମରେ ପାଳିତ ହୋଇଯାଇଛି । ସରପଂଚ ଲକ୍ଷୀଧର ମାଝି ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଉନ୍ନୟନ ଅଧିକାରୀ ଉମାକାନ୍ତ ନାୟକ ,ସମ୍ନାନୀତ ଅତିଥି ଏବିଡିଓ ବିପ୍ରଚରଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅମର କୁଅଁର, ସମିତି ସଭ୍ୟ ଅମ୍ବିକା ପ୍ରସାଦ ସାହୁ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରଭାନୁ ନାଏକ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ମୁକ୍ଷଉଦେଶ୍ୟ ଓ ପଂଚାୟତ ବାସୀ ସରକାରଙ୍କ ମିଶନ ଶକ୍ତି ରୁଣ,ମମତା,ଖାଦ୍ୟ ସୁରକ୍ଷା,ଆମ ପକ୍କା ଘର,ବିଦୁ୍ୟତ,ଗ୍ୟାସ,ସୁନକ୍ଷେତ୍ର ଆଦି ବିଭିନ୍ନର ଯୋଜନାର କିପରି ଲାଭ ଉଠାଇପାରିବେ ସେ ବିଷୟରେ ସାଂକୃତିକ ପାଲା ଓ ଯୋଗଦେଇଥିବା ଅତିଥିମାନେ ଲୋକଙ୍କୁ ବୁଝାଇଥିଲେ । ଏଥି ସହିତ ଭତା,ଗୃହ ନିର୍ମାଣର ପୁରଷ୍କାର ରାଶି, ନିର୍ମାଣ ଶ୍ରମିକ ପରିବାରର ଝିଅ ବିବାହ,ପାଠ ପଢା ନିମନ୍ତେ ପୃସ୍ଛାହନ ରାଶି,ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଚଶମା,ଉଜ୍ୱଳା ବଲ ପ୍ରଦାନ କରିଥିଲେ । ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇ ପାରମ୍ପରିକ ଘରୋଇ ବ୍ୟଞ୍ଜନରେ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଯଥା ବିଜୁଳି ଯୋଜନା ,ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନା,ବାସଗୃହ ଯୋଜନାର ଲିଫ୍ଟ କାର୍ଡ ଦେଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ପଂଚାୟତର ୧ହଜାରରୁ ଉଦ୍ଧ୍ୱ ସଂଖ୍ୟକ ପୁରୁଷ ଓ ମହିଳା ଯୋଗଦେଇଥିଲେ