ମାଲକାନଗିରି:୧୦୫ ଗଞ୍ଜେଇ ସହ କାର୍ ଓ ବାଇକ୍ ଜବତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରା ଚାଲାଣର ଭୁସ୍ୱର୍ଗ ପାଲଟିଥିବା ବେଳେ ଚିତ୍ରକୋଣ୍ଡା ଥାନା ପୁଲିସକୁ ମିଳିଛି ବଡଧରଣର ସଫଳତା। ଚିତ୍ରକୋଣ୍ଡା ଥାନା ଇନିସପେକ୍ଟର ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସ ସଦଳବଳ ମାଓପ୍ରବଣ ଅଞ୍ଚଳ ମନ୍ତ୍ରୀପୁଟ ଟନେଲକ୍ୟାମ୍ପ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ କୁର୍ମାନୁର ଅଞ୍ଚଳରୁ ଏକ ବାଇକ ଓ କାର ଦୃତଗତିରେ ସେହି ରାସ୍ତାରେ ପଳାଇ ଯାଉଥିବାର ଦେଖି ପୁଲିସ ସେହି କାର କୁ ଗୋଡାଇ ଅଟକାଇ ଥିଲେ, ପୁଲିସଙ୍କୁ ଦେଖି ସେଥିରେ ବସିଥିବା ୩ ଜଣ କାରରୁ ଓହ୍ଲାଇ ଜଙ୍ଗଲକୁ ଦୌଡି ପଳାଇବାକୁ ଚେଷ୍ଟାକରିଥିଲେ, ପୁଲିସ ସେମାନଙ୍କୁ ଗୋଡାଇ ଧରିଥିଲା। କାର ଡିକିଖୋଲି ଖାନତଲାସି କରିବାରୁ ଉକ୍ତ ଗାଡି ରେ ୪ଟି ବଡ ବଡ ପ୍ଲାଷ୍ଟିକ ବସ୍ତା ରେ ଗଞ୍ଜେଇ ପ୍ୟାକେଟ ବୋଝେଇ ହୋଇରହିଥିଲା। ଚିତ୍ରକୋଣ୍ଡା ଥାନାରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିଥିଲେ, ସେଥିରୁ ମିଳିଥିବା ୧୦୫ କେଜି ଓଜନର ଉନ୍ନତମାନର ଗଞ୍ଜେଇ ଯାହାର କି ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ହୋଇଥିବା ମହାରାଷ୍ଟ୍ରର ସପାନି ଦିଗମ୍ବର, କେ.ଇସିକ ସାଇକ, ଅମିର ମୁଲାନି, ଚିତ୍ରକୋଣ୍ଡା ଥାନାସ୍ଥ କୁର୍ମାନୁର ପଚାଂୟତ କେନ୍ଦୁଗୁଡା ଗ୍ରାମର ରାଜୁହନ୍ତାଳ ଏମାନେ ଚିତ୍ରକୋଣ୍ଡା କୁର୍ମାନୁର ଅଞ୍ଚଳରୁ ଗଞ୍ଜେଇ ବୋଝେଇ ଗାଡିଟିକୁ ମହାରଷ୍ଟ୍ର ପୁନେ ସହର କୁ ନେଇଯାଉଥିଲେ, ଏହି ଗଞ୍ଜେଇର ମାଲିକ କିଏ ପୁଲିସଙ୍କୁ ସଠିକ ସେମାନେ ଜଣାଇ ନାହିଁନ୍ତି, ଚିତ୍ରକୋଣ୍ଡା ଥାନା ପୁଲିସ ଏ ସଂପର୍କରେ ଏକ କେସ ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଞ୍ଜେଇ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଞ୍ଚଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି।