ଡମ୍ଫର ଯୋଗେ କୋଇଲା ଚୋରା ଚାଲାଣ:୨ ଗିରଫ

କୁତ୍ରା,(ହଲଚଲ୍ ନ୍ୟୁଜ୍) – ଦୀର୍ଘ ଦିନ ଧରି କୋଇଲା ଚୋରା ଚାଲାଣ ହେଉଥିବା ନେଇ ପୁଲିସ ନଜର ରଖିଥିବା ବେଳେ ଡମ୍ଫର ଯୋଗେ କୋଇଲା ଚୋରା ଚାଲାଣ ହେଉଥିବା ଏହାକୁ କୁତ୍ରା ପୁଲିସ ଧରିପାରିଛି। ପୁଲିସ ଏହି ଘଟଣାରେ ଡମ୍ଫର ଡ୍ରାଇଭର ସୁନ୍ଦରଗଡର ଶେଖ ଓଆସିମ୍ ଏବଂ ଏହି କାରବାର ଚଳାଇଥିବା ସୁନ୍ଦରଗଡର ଖାଲିଦ ରାଜାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣାପଡିଛି ଯେ ଓଆର16ବି 4268 ଡମ୍ଫର ଯୋଗ ଗୋପାଳପୁର ଅଞ୍ଚଳରୁ ରାଏବଗାକୁ ଚୋରାରେ କୋଇଲା ଚାଲାଣ ହେଉଥିବା ବେଳେ କୁତ୍ରା ପୁଲିସ ଏହାକୁ ଧରିଥିଲେ। ଏନେଇ ତଦନ୍ତ ପରେ 2 ଜଣକୁ ପୁଲିସ ଗିରଫ କରିଥିଲେ। ଏହି ଚୋରା କୋଇଲା କାରବାର ପଛରେ ଏକ ରାକେଟ କାମ କରୁଥିବା ନେଇ ପୁଲିସ ସନ୍ଦେହ କରି ତଦନ୍ତ କରୁଛି।